www.samajalive.in
Sunday, December 7, 2025
26.1 C
Bhubaneswar

ଭୁଲରେ କିଣି ଆଣିଲେ ଏହି ବିଷାକ୍ତ ମାଛ ; ଖାଇବା ପରେ ସ୍ତ୍ରୀ ମୃତ, ସ୍ୱାମୀ କୋମାରେ..

ନୂଆଦିଲ୍ଲୀ : ମାଛ ଖାଇବାକୁ କେବଳ ସ୍ୱାଦିଷ୍ଟ, ତାହା ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ । କାରଣ ମାଛ ପୋଷକ ତତ୍ତ୍ୱ ର ଭଣ୍ଡାର । ମାତ୍ର ମାଛ ଖାଇବା ପୂର୍ବରୁ କିଛି ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ । କିଛି ମାଛ ବିଷାକ୍ତ ହୋଇଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହେବା ସହ ଜୀବନ ମଧ୍ୟ ଚାଲି ଯାଇପାରେ । ମାଲେସିଆରେ କିଛି ଦିନ ପୂର୍ବରୁ ଏଭଳି ହିଁ ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଦମ୍ପତି ବିଷାକ୍ତ ମାଛ ଖାଇବା ପରେ ସ୍ତ୍ରୀର ମୃତ୍ୟୁ ହୋଇଛି।

ଦେଖନ୍ତୁ ଭିଡିଓ; କେମିତି ପାଣିରେ ପଶି କୁମ୍ଭୀରକୁ ଖୁଆଉଛନ୍ତି..


ରିପୋର୍ଟ ଅନୁଯାୟୀ, ମାଲେସିଆରେ ଏକ ଦମ୍ପତି ବଜାରରୁ ସତେଜ ମାଛ କିଣି ତରକାରୀ କରିବା ପାଇଁ ଘରକୁ ଆଣିଥିଲେ । ମାଛ ଖାଇବାର କିଛି ସମୟ ପରେ ହିଁ ମହିଳାଙ୍କ ସ୍ୱାସ୍ଥ୍ୟ ବିଗିଡିବାକୁ ଲାଗିଲା, ଶେଷରେ ତାଙ୍କର ମୃତ୍ୟୁ ହୋଇଛି । ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେ କୋମାକୁ ପଳାଇଥିବା ଡାକ୍ତର କହିଥିଲେ ।
ଏହାପରେ ପରୀକ୍ଷା କରାଯିବାରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଥିଲା । ଉଭୟ ବିଷାକ୍ତ ମାଛ ଖାଇବା ପରେ ମହିଳାଙ୍କ ମୃତ୍ୟୁ ହେବା ସହ ସ୍ୱାମୀ ଗୁରୁତର ହୋଇଛନ୍ତି । ଏହି ବିଷାକ୍ତ ମାଛର ନାମ ପଫରଫିଶ୍‌ (puffer fish) ବୋଲି ଜଣାପଡିଛି । ଏହି ମାଛ ନିଜର ବିଷାକ୍ତ ଗୁଣ ପାଇଁ ପରିଚିତ । ଏହାର ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।

ବୁଦ୍ଧାଦିତ୍ୟ ରାଜଯୋଗ ; ଜାଣନ୍ତୁ ସେପ୍ଟେମ୍ବର ୨୮ ପୂର୍ବରୁ ଏହି ରାଶି ହେବେ ଭାଗ୍ୟଶାଳୀ, ହେବ ବିବାହ,ଧନଲାଭ..

- Advertisement -


ଏହା ଜାଣିବା ପରେ ମଧ୍ୟ କିଛି ଲୋକେ ଏହାକୁ ଖାଦ୍ୟରେ ଗ୍ରହଣ କରନ୍ତି । ମାତ୍ର ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଦମ୍ପତି ସେହି ମାଛକୁ ଭଲ ଭାବେ ସଫା କରିନଥିଲେ ବୋଲି କୁହାଯାଉଛି। ଏହି ମାଛ ଖୁବ୍‌ ବିଷାକ୍ତ ହୋଇଥିବାରୁ ଏହାକୁ ସ୍ୱତନ୍ତ୍ର ଉପାୟରେ ସଫା କରାଯାଏ। ଖୁବ୍‌ କମ୍‌ ଲୋକେ ସେହି ଜଟିଳ ପ୍ରକ୍ରିୟାକୁ ଜାଣନ୍ତି। ଏହି ଘଟଣା କିଛି ମାସ ତଳେ ଘଟିଥିବା ବେଳେ ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ରହିଛି।

ଶୋଇଥିଲେ, ନାକରେ ପଶିଗଲା ଅସରପା, ଆଉ ତା’ପରେ..

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories