www.samajalive.in
Tuesday, December 9, 2025
17.1 C
Bhubaneswar

ବନ୍ଦେ ଭାରତ ଟ୍ରେନ୍ ଚଳାଇବା ପାଇଁ ମାରପିଟ୍ କଲେ ଲୋକୋ ପାଇଲଟ୍

ନୂଆଦିଲ୍ଲୀ : ଦେଶର ଅତ୍ୟାଧୁନିକ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ ସବୁ ସମୟରେ ଚର୍ଚ୍ଚାରେ ରହୁଛି । ଏବେ ଏହାକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦେଖିବାକୁ ମିଳୁଛି କି ଲୋକୋ ପାଇଲଟ୍ ଟ୍ରେନ୍ ଚଲାଇବା ପାଇଁ ମାରପିଟ୍ କରୁଛନ୍ତି ।

ଘଟଣାଟି ୨ ସେପ୍ଟେମ୍ବରରେ ଉଦୟପୁର-ଆଗ୍ରା କ୍ୟାଣ୍ଟ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନରେ ଘଟିଛି । ଏହି ଟ୍ରେନ୍ କୋଟାରୁ ଗଙ୍ଗାପୁର ପହଞ୍ଚିବା ପରେ ଆଗ୍ରା ରେଳ ମଣ୍ଡଳର ଚାଳକ ଟ୍ରେନକୁ ଆଗ୍ରା ନେଇଯିବା ପାଇଁ ଚାହୁଁଥିଲେ । କିନ୍ତୁ ଗଙ୍ଗାପୁର ସିଟିର ଚାଳକମାନେ ଟ୍ରେନ୍ ନେଇଯିବାକୁ ମନା କରିଦେଲେ । ଏହି କଥାକୁ ନେଇ ଉଭୟ ମଣ୍ଡଳର କର୍ମଚାରୀଙ୍କ ମଧ୍ୟରେ ବିବାଦ ହୋଇଗଲା ଏବଂ କିଛି ସମୟ ମଧ୍ୟରେ ମାରପିଟ୍ ଆରମ୍ଭ ହୋଇଗଲା ।

- Advertisement -

ଏହି ଘଟଣାର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସ୍ପଷ୍ଟ ନଜର ଆସୁଛି କି ରେଳ କର୍ମଚାରୀ ମାରପିଟ୍ ହେଉଛନ୍ତି । ଏହି ବିବାଦର କାରଣ କିଏ ଏହାକୁ ଚଲାଇବ । ଉଦୟପୁରରୁ ଚାଲୁଥିବା ବନ୍ଦେ ଭାରତ ଟ୍ରେନ୍ ଉତ୍ତର- ପଶ୍ଚିମ ରେଳ ଅଜମେର ମଣ୍ଡଳରୁ ଆରମ୍ଭ ହୋଇଥାଏ । ଏହା ପରେ ପଶ୍ଚିମ ମଧ୍ୟ ରେଳର କୋଟା ରେଳ ମଣ୍ଡଳ ହୋଇ ଯାତ୍ରା କରିଥାଏ । ପରେ ଉତ୍ତର ମଧ୍ୟ ରେଲଓ୍ବେ ମଣ୍ଡଳରେ ଆଗ୍ରା ରେଳ ମଣ୍ଡଳ ପର୍ଯ୍ୟନ୍ତ ଯାଇଥାଏ । ଏଭଳି କ୍ଷେତ୍ରରେ ଉଭୟ ମଣ୍ଡଳର କର୍ମଚାରୀ ଏହି କଥାକୁ ନେଇ ସାମ୍ନାସାମ୍ନି ହୋଇଥିଲେ କି ଟ୍ରେନ୍ କିଏ ଚଲାଇବ । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories