www.samajalive.in
Sunday, December 14, 2025
16.1 C
Bhubaneswar

ବଦଳିବ ଭାଗ୍ୟ, ହୀରା ଭଳି ଚମକିବ, ଗଣେଶ ଚତୁର୍ଥୀରେ ରାଶି ଅନୁଯାୟୀ ଏହି ଉପାୟରେ ମିଳିବ ସଫଳତା..

ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀରେ ଶ୍ରୀଗଣେଶଙ୍କ ପୂଜା ପାଳନ କରାଯାଇଥାଏ। ଗଣେଶ ଚତୁର୍ଥୀର ଦିନ ପ୍ରଭୁଙ୍କୁ ଅଶେଷ କୃପା, ଶୁଭଫଳ, ସଫଳତା ପ୍ରାପ୍ତି ସହ ଭାଗ୍ୟକୁ ଚମକାଇବା ପାଇଁ କିଛି ସରଳ ଉପାୟ ରହିଛି । ସେପ୍ଟେମ୍ବର ୭ ଶନିବାର ଗଣେଶ ଚତୁର୍ଥୀ ଦିନ ଜ୍ୟୋତିଷ ଶାସ୍ତ୍ର ଅନୁସାରରେ ରାଶି ଅନୁଯାୟୀ, କିଛି ସରଳ ଉପାୟ ଆପଣାଇବା ଦ୍ୱାରା ଜୀବନରେ ସୁଖ-ସମୃଦ୍ଧିର ବର୍ଷା ହେବ । ଜାଣନ୍ତୁ..

ମେଷ – ଗଣେଶ ଚଥୁର୍ଥୀ ଦିନ ପ୍ରଭୁଙ୍କୁ ପ୍ରସନ୍ନ କରିବା ପାଇଁ ମେଷ ରାଶି ବ୍ୟକ୍ତି ବିଶେଷ ଗୁଆ ପ୍ରଭୁଙ୍କୁ ଅର୍ପଣ କରନ୍ତୁ । ପରେ ଏହି ଗୁଆକୁ ଲାଲ କପଡାରେ ବାନ୍ଧି ଆଲମିରାରେ ଧନ ରଖିବା ସ୍ଥାନରେ ରଖନ୍ତୁ । ଏହାଦ୍ୱାରା ଖୁବ୍‌ ଶୀଘ୍ର ଧନ ବୃଦ୍ଧି ହେବ ।

- Advertisement -

ବୃଷ – ବୃଷ ରାଶି ବ୍ୟକ୍ତି ବିଶେଷ ପ୍ରଭୁଙ୍କୁ ନଡିଆ ଅର୍ପଣ କରନ୍ତୁ । ଏହାଦ୍ୱାରା ଅଟକି ଥିବା କାମରେ ସଫଳତା ମିଳିବା ସହ ଜୀବନରେ ଥିବା ସମସ୍ୟା ଦୂର ହେବ ।

ବିଘ୍ନହର୍ତ୍ତା : ବକ୍ରତୁଣ୍ଡଂ ମହାକାୟ..

ମିଥୁନ – ଏହି ରାଶିର ବ୍ୟକ୍ତି ବିଶେଷ ପ୍ରଭୁଙ୍କ ମନ୍ତ୍ର ଜପ କରନ୍ତୁ ।

କର୍କଟ – ଏହି ରାଶିର ବ୍ୟକ୍ତି ବିଶେଷ ପ୍ରଭୁଙ୍କ ମିଠା ଭୋଗ ଅର୍ପଣ କରନ୍ତୁ । ଏହାଦ୍ୱାରା ସମସ୍ତ ବାଧା ବିଘ୍ନ ଦୂର ହେବ । କଷ୍ଟ ଦୂର ହେବ ।

ସିଂହ – ଏହି ରାଶିର ବ୍ୟକ୍ତି ବିଶେଷ ପ୍ରଭୁ ଗଣେଶଙ୍କୁ ସିନ୍ଦୂର ଅର୍ପଣ କରନ୍ତୁ । ଗଣେଶ ଚାଳିଶା ମଧ୍ୟ ପାଠ କରନ୍ତୁ ।

କନ୍ୟା – ଏହି ରାଶିର ବ୍ୟକ୍ତି ବିଶେଷ ପ୍ରଭୁଙ୍କୁ ଦୁବ ଅର୍ପଣ କରନ୍ତୁ ।

ତୁଳା – ଏହି ରାଶି ବ୍ୟକ୍ତି ବିଶେଷ ନିୟମିତ ପ୍ରଭୁଙ୍କ ନାମକୁ ୧୦୮ ଥର ଜପ କରନ୍ତୁ । ଜୀବନରେ ଥିବା ସମସ୍ୟା ଦୂର ହେବ ।

ବିଛା – ଏହି ରାଶିର ବ୍ୟକ୍ତି ବିଶେଷ ମାଟିର ଗଣେଶ ଘରକୁ ଆଣି ପୂଜା କରନ୍ତୁ । ପ୍ରଭୁଙ୍କ ପ୍ରିୟ ଭୋଗ ଅର୍ପଣ କରନ୍ତୁ । ସବୁ ବିପଦ ଦୂର ହେବ ।

୧୦୦ ବର୍ଷ ପରେ ଏଥର ଗଣେଶ ପୂଜାରେ ଦୁର୍ଲ୍ଲଭ ସଂଯୋଗ; ଏହି ରାଶିଙ୍କ ଚମକିବ ଭାଗ୍ୟ..

ଧନୁ – ଏହି ରାଶିର ବ୍ୟକ୍ତି ବିଶେଷ ପ୍ରଭୁ ଗଣେଶଙ୍କୁ ବିଧିର ସହ ପୂଜା କରନ୍ତୁ । ବ୍ୟବସାୟରେ ଖୁବ୍‌ ଲାଭ ହେବ ।

ମକର – ଏହି ରାଶିର ବ୍ୟକ୍ତି ବିଶେଷ ପ୍ରଭୁଙ୍କୁ ଦୁବ ଅର୍ପଣ କରନ୍ତୁ । ପ୍ରଭୁଙ୍କ ମନ୍ତ୍ର ଜପ କରନ୍ତୁ । ଜୀବନରେ ସଫଳତା ମିଳିବ ।

କୁମ୍ଭ- ଏହି ରାଶିର ବ୍ୟକ୍ତି ବିଶେଷ ପ୍ରଭୁଙ୍କୁ ଗୁଡ ଅର୍ପଣ କରନ୍ତୁ । ଅସହାୟଙ୍କୁ ଦାନ କରନ୍ତୁ । ଜୀବନରେ ଥିବା କଷ୍ଟ, ସମସ୍ୟା ଦୂର ହେବ ।

ମୀନ – ଏହି ରାଶିର ବ୍ୟକ୍ତି ବିଶେଷ ଗଣେଶ ଯନ୍ତ୍ର ଆଣି ପୂଜା କରନ୍ତୁ । ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇ ନକରାତ୍ମକ ଶକ୍ତି ଦୂର ହେବ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories