www.samajalive.in
Saturday, December 6, 2025
15.1 C
Bhubaneswar

ସାତକୋଶିଆ ଜଗିବେ ଏସ୍‌ଟିପିଏଫ୍

ଭୁବନେଶ୍ଵର: ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ପୁଣିଥରେ ମହାବଳ ବାଘ ଫେରାଇ ଆଣିବାକୁ ବନ ବିଭାଗ ସମ୍ପୂର୍ଣ୍ଣ ଉଦ୍ୟମ ଜାରି ରଖିଛି। ୧୫ଟି ସର୍ତ୍ତ ସହ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନଟିସିଏ) ଅନୁମତି ପ୍ରଦାନ କରିଥିବାରୁ ବନ ବିଭାଗ ଗୋଟିଏ ପରେ ଗୋଟିଏ ସର୍ତ୍ତ ପୂରଣ କରୁଛି। ଅଭୟାରଣ୍ୟର କୋର୍ ଏରିଆ ଇତି ମଧ୍ୟରେ ଗାଁ ଶୂନ୍ୟ ହୋଇଛି। ସେଠାରେ ରହୁଥିବା ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରାଯିବା ସହ ବନ୍ୟଜନ୍ତୁଙ୍କ ସଂଖ୍ୟା ବୃଦ୍ଧି ଦିଗରେ ପଦକ୍ଷେପ ନିଆଯାଇଛି। ନନ୍ଦନକାନନରେ ପ୍ରାଣୀ ଉଦ୍ୟାନରେ ଥିବା ପ୍ରାୟ ୨୦୦ ହରିଣ, କୁଟୁରା, ସମ୍ବରଙ୍କୁ ସାତକୋଶିଆର କୋର୍ ଏରିଆକୁ ସ୍ଥାନାନ୍ତର କରାଯିବ। ତା ପୂର୍ବରୁ ସାତକୋଶିଆ ଅଭୟାରଣ୍ୟରେ ସ୍ଵତନ୍ତ୍ର ବ୍ୟାଘ୍ର ସୁରକ୍ଷା ବଳ ନିୟୋଜିତ ହୋଇଛନ୍ତି। ଏବେ ସେମାନଙ୍କୁ ଅଭୟାରଣ୍ୟର ଟୁଲୁକାଠାରେ ତାଲିମ ଦିଆଯାଉଥିବା ପିସିସି ବନ କର୍ମଚାରୀ  ଓ ଅବସରପ୍ରାପ୍ତ ସୈନିକଙ୍କୁ ମିଶାଇ ଏସଟିପିଏଫ୍ ରେ ମୋଟ୍ ୩୦ ଜଣ ସଦସ୍ୟ ରହିଛନ୍ତି। ଜଙ୍ଗଲ ଭିତରେ କିଭଳି ଭାବେ ବୁଲିବେ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ନିୟୋଜିତ ହେବେ , ସେନେଇ ଅବସରପ୍ରାପ୍ତ ସୈନିକଙ୍କ ଦ୍ଵାରା ତାଲିମ ଦିଆଯାଉଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories