www.samajalive.in
Monday, December 15, 2025
24.1 C
Bhubaneswar

ନୂଆଁଖାଇରେ ସମ୍ବଲପୁର ନ ଆସିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲା ଭୀମ ଆର୍ମୀ

ସମ୍ବଲପୁର: ରବିବାର ୮ ତାରିଖରେ ପଶ୍ଚିମ ଓଡିଶା ଗଣପର୍ବ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତରେ ପ୍ରଥମ ଥର ପାଇଁ ଆସୁଛନ୍ତି। ତେବେ ଏହି ଗସ୍ତ ଯୋଗୁ ସମ୍ବଲପୁରବାସୀଙ୍କୁ ଅନେକ ଅସୁବିଧା ହେଉଥିବାରୁ ଭୀମ ଆର୍ମୀ ସମ୍ବଲପୁର ପକ୍ଷରୁ ଶୁକ୍ରବାର ସ୍ଥାନୀୟ ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ୟ ଦିନରେ ଆସିବାକୁ ଅନୁରୋଧ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଲଙ୍କେଶ ରାବଣ କହିଛନ୍ତି ଯେ, ନୂଆଁଖାଇ ଗଣପର୍ବ ସହିତ ଓଡିଶା ତଥା ପଶ୍ଚିମ ଓଡିଶାର ପ୍ରତ୍ୟେକ ପରିବାରର ମନ ଜଡିତ ରହିଛି । ଏହି ଗଣପର୍ବରେ ପରିବାରର ଜଣେ ସଦସ୍ୟ ବି ଉପସ୍ଥିତ ନ ଥିଲେ, ପରିବାରରେ ନୁଆଁଖାଇର ଭୂମିକା ରହି ନ ଥାଏ । ନୂଆଁଖାଇ ଦିନ ପ୍ରତ୍ୟେକ ପରିବାର ନିଜର ପୂର୍ବ ପୁରୁଷଙ୍କ ସହିତ ଖେତ, ଖଳା ଓ ଇଷ୍ଟ ଦେବୀ, ଦେବତାଙ୍କୁ ନୂତନ ଶସ୍ୟରୁ ନିର୍ମିତ ଅନ୍ନକୁ ପୂଜା ପରେ ପରିବାର ସହିତ ଏକାଠି ହୋଇ ନବାନ୍ନ ଗ୍ରହଣ କରିଥାନ୍ତି । ମୁଖ୍ୟମନ୍ତ୍ରୀ ସମ୍ବଲପୁରକୁ ଆସୁଥିବାରୁ ଜିଲା ପ୍ରଶାସନର ପ୍ରାୟ ୨ ହଜାର ପରିବାର, ଜିଲା ପୁଲିସ ପ୍ରଶାସନର ପ୍ରାୟ ୧୮ ଶହ ପରିବାର ଏବଂ ସମ୍ବଲପୁରର ପ୍ରାୟ ୧୫ ଶହ ଜନତା ଏହି ନୂଆଁଖାଇ ଗଣପର୍ବରୁ ବଞ୍ଚିତ ରହିବେ। ଏଣୁ ମୁଖ୍ୟମନ୍ତ୍ରୀ ୮ ତାରିଖରେ ସମ୍ବଲପୁର ନ ଆସି ନୂଆଁଖାଇ ପରେ ଯେଉଁ ଭେଟଘାଟ କାର୍ଯ୍ୟକ୍ରମ ରହିଥାଏ, ସେହି କାର୍ଯ୍ୟକ୍ରମରେ ଆସିଲେ ସମ୍ବଲପୁରବାସୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିପାରିବେ ଏବଂ ଯେଉଁ ପରିବାର ବଞ୍ଚିତ ରହିବେ ସେମାନେ ମଧ୍ୟ ନୂଆଁଖାଇ ପାଳନ କରିପାରିବେ ବୋଲି ଭୀମ ଆର୍ମୀ ପକ୍ଷରୁ ଅନୁରୋଧ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଧୀରଜ ସିଂ, ଟିଙ୍କୁ ଜଗତ ଓ ରୋସନ ଆଜାଦ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories