www.samajalive.in
Saturday, December 6, 2025
14.1 C
Bhubaneswar

ନୂଆଁଖାଇ ପାଇଁ ମା’ ସମଲେଶ୍ଵରୀଙ୍କ ସିନ୍ଦୁର ଲାଗି ନୀତି ସମ୍ପନ୍ନ

ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ମା’ ସମଲେଶ୍ୱରୀଙ୍କ ନୂତନ ସିନ୍ଦୁର ଲାଗି ନୀତି ସମ୍ପନ୍ନ ହୋଇଛି । ଶୁକ୍ରବାର ପ୍ରଥମେ ଶ୍ରୀ ଗଣେଶଙ୍କୁ ଆବାହନ କରି ପୂଜାର୍ଚ୍ଚନା ପରେ ମା’ ସମଲେଶ୍ୱରୀଙ୍କ ମନ୍ଦିରର ଚତୁଃପାର୍ଶ୍ବରେ ରହିଥିବା ୧୧୫ ଦେବଦେବୀଙ୍କୁ ନୂତନ ସିନ୍ଦୁର ଲାଗି କରାଯାଇଥିଲା । ପୂଜକମାନେ ଏହି ନୀତି ମିଳିତ ଭାବରେ ସମ୍ପନ୍ନ କରିଥିଲେ।

ଏହା ପୂର୍ବରୁ ମା’ ସମଲେଶ୍ୱରୀଙ୍କ ଗମ୍ଭୀରା ଗୃହକୁ ପୂଜକମାନେ ସଫା ସୁତୁରା କରିବା ପରେ ପ୍ରତିବର୍ଷ ଭଳି ମନ୍ଦିରର ଚତୁଃପାର୍ଶ୍ବକୁ ମଧ୍ୟ ସଫା କରାଯାଇଥିଲା। ସିନ୍ଦୁର ନୀତି ସମ୍ପନ୍ନ ପରେ ମନ୍ଦିର ପ୍ରଶାସନ, ପୂଜକ ଓ ପୁଲିସ ଉପସ୍ଥିତିରେ ମା’ ସମଲେଶ୍ୱରୀଙ୍କ ସୁନା ଅଳଙ୍କାରଗୁଡିକୁ ସଫା କରାଯାଇଥିଲା। ରବିବାର ନୂଆଁଖାଇ ଉପଲକ୍ଷେ ମା’ ସମଲେଶ୍ୱରୀଙ୍କୁ ନୂତନ ବେଶ କରାଯିବାର ପରମ୍ପରା ଓ ନୀତିକାନ୍ତି ରହିଥିବାରୁ ମା’ଙ୍କ ପାଇଁ ନୂତନ ଶାଢ଼ୀ, ଚୁଡି, ଗହଣା, ମନ୍ଦାର ମାଳ ଆଦିର ବିଶେଷ ବ୍ୟବସ୍ଥା କରାଯାଇଛି । ରବିବାର ସକାଳ ୯ଟା ୧୨ରୁ ୯ଟା ୨୭ ମିନିଟ ମଧ୍ୟରେ ନବାନ୍ନ ଭୋଗ ଲାଗି ହେବ। ଏହି ଅବସରରେ ନୀତିକାନ୍ତି, ପରମ୍ପରା, ପୂଜାବିଧି ଆଦି ସୁଚାରରୂପେ ସମ୍ପନ୍ନ କରିବା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

ମା’ଙ୍କ ନବାନ୍ନ ଭୋଗ ଲାଗି ପୂଜକମାନଙ୍କ ପକ୍ଷରୁ ସମସ୍ତ ପ୍ରକାରର ପ୍ରାକ ପ୍ରସ୍ତୁତି ଶେଷ ହୋଇ ସାରିଛି ବୋଲି ମୁଖ୍ୟ ପୂଜକ ଅମ୍ବିକା ରାୟ କହିଛନ୍ତି । ନୂଆଁଖାଇ ଅବସରରେ ମା’ ସମଲେଶ୍ୱରୀଙ୍କ ଦର୍ଶନ ପାଇଁ ଅଧିକ ଭିଡ ହେବାର ସମ୍ଭାବନା ଥିବାରୁ ମନ୍ଦିର ଓ ପୁଲିସ ପ୍ରଶାସନ ବେଶ ସଜାଗ ରହିଛନ୍ତି। ଏଥିସହ ଚଳିତବର୍ଷ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ନୂଆଁଖାଇ ଅବସରରେ ମା’ ସମଲେଶ୍ୱରୀଙ୍କ ଦର୍ଶନ ଓ ନବାନ୍ନ ଗ୍ରହଣ କରିବାର କାର୍ଯ୍ୟକ୍ରମ ଥିବାରୁ ମା’ ସମଲେଶ୍ୱରୀଙ୍କ ପୀଠ ଏବେ ଚଳଚଞ୍ଚଳ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories