www.samajalive.in
Monday, December 15, 2025
14.1 C
Bhubaneswar

ଲଉଡି ଗାଁରେ କଙ୍ଗାରୁ କୋର୍ଟ, ଗୋଟିଏ ପରିବାରର ୧୭ ଲୋକଙ୍କୁ ବାସନ୍ଦ ଅଭିଯୋଗ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଲଉଡି ଗାଁ ର କଙ୍ଗାରୁ କୋର୍ଟ ହୋଇଥିବା ବେଳେ ଗୋଟିଏ ପରିବାରର ୧୭ ଲୋକଙ୍କୁ ଗତ ୨୩ତାରିଖ  ଠାରୁ ବାସନ୍ଦ କର ଯାଇଥିବା ଅଭିଯୋଗ ହୋଇଛି। ପୁରୁଣା ଜମି ବିବାଦ ସହ  ଗ୍ରାମର କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ଉକ୍ତ ଜମିକୁ ନିଜ ଅକ୍ତିଆର କରି ନେବା ଘଟଣା  ନେଇ ଥାନାରେ ଅଭିଯୋଗ କରାଯାଇଥିଲା। ଥାନାରେ  ଉକ୍ତ ଘଟଣାର ମୀମାଂସା ହେବା ପରେ  ବାସନ୍ଦ ହୋଇଥିବା ପରିବାର ପକ୍ଷରୁ ଉକ୍ତ ଜମିରୁ ଉତ୍ପାଦିତ କିଆଫୁଲ ବାହାର କରୁଥିଲେ। ଏହାକୁ ନେଇ ତିନି ଦିନ ତଳେ ଗାଁ କମିଟି ପକ୍ଷରୁ ବୈଠକ କରାଯାଇ ଏହି ପରିବାରକୁ ନିଆଁ ପାଣି ବନ୍ଦ ସହ ଦୋକାନ ସଉଦା, ପିଲାମାନଙ୍କୁ ଟିଉସନ୍ ମଧ୍ୟ ବନ୍ଦ କରିଦେଇଛନ୍ତି। ମୂଲ ମଜୁରୀ ବନ୍ଦ, ଆଇଜର କୁ କାମ କରିବା ସକାଶେ ଯିବା ମଧ୍ଯ ବନ୍ଦ କରିଦେଇଛନ୍ତି। ଗାଁ ର କୈାଣସି ଦୋକାନୀ ବାସନ୍ଦ ପରିବାରକୁ ସଉଦା ଦେଲେ ଦୋକାନୀ କୁ ୩୦ହଜାର ଫାଇନ ଦେବାକୁ ଧମକ ଦେଉଛନ୍ତି।
ଏହା ଫଳରେ ଗାର କୌଣସି ଲୋକ ସେମାନଙ୍କ ସହ କଥାବାର୍ତ୍ତା ହେଉନାହାନ୍ତି। କିଆ ଫୁଲ ଭାଟି ବାଲା କୁ ଦେଲେ ମାଟି ମାଲିକ କିଆ ଫୁଲ ନେବାକୁ ମନା  କରିଦେଇଛନ୍ତି। ବାସନ୍ଦ ହୋଇଥିବା ପରିବାର ର ଏସ୍ ମହେଶ, ଏସ ଏର୍କମ୍ମା,ଏସ. ସିମାଦ୍ରି, ଏସ ଗାରଆମ୍ମା, ଏସ ଧନରାଜୁ, ଏସ. ବୁଲ୍ଲlମ୍ମା, ଏସ. ପାର୍ବତୀ, ଏସ. କମଳା, ଏସ ଜୟା ଆମ୍ମl, ଏମ. ଲକ୍ଷ୍ମୀଆମ୍ମା, ଏସ. ଜଗନ୍ନାଥ,ଏସ.ସଙ୍ଗୀତା ଏସ. ରାହୁଲ, ଏସ.ବାଲ ରାଜୁ,ଏସ. ଅନିଲ, ଏସ.ମାଧାରାଓ, ଏସ. ସୋନି ପ୍ରମୁଖ ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମର ମୁଖିଆ ଏନ୍. ଡିଲେଶୁ ଙ୍କ ଯୋଗାଯୋଗ ବେଳେ ସେ କହିଛନ୍ତି ଗ୍ରାମ ପକ୍ଷରୁ କାହାକୁ ବାସନ୍ଦ କରା ଯାଇ ନାହିଁ।ଯଦି ଉକ୍ତ ପରିବାର ଅଭିଯୋଗ କରୁଛନ୍ତି ତାହାହେଲେ ତଦନ୍ତ କରାଯାଉ ବୋଲି ମଧ୍ୟ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories