www.samajalive.in
Wednesday, November 19, 2025
29.1 C
Bhubaneswar

ଗଡଜାତ ପରିକ୍ରମା ପୂଜ୍ୟପୂଜା ସମାରୋହ, ଗୁରୁଦିବସରେ ୧୧ ଗୁରୁ ସମ୍ବର୍ଦ୍ଧିତ    

 ଆଠଗଡ: ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ୍ ଈଶ୍ବର` ଅଜ୍ଞାନର ଆମା ଅନ୍ଧକାରରେ ଜ୍ଞାନର ଆଲୋକବର୍ତ୍ତିକା ସାଜି ଥାଆନ୍ତି ଗୁରୁ । ଗୁରୁଙ୍କ ମାର୍ଗଦର୍ଶନ ସଫଳତାର ମୂଳମନ୍ତ୍ର ବୋଲି ଗଡଜାତ ପରିକ୍ରମା ପକ୍ଷରୁ ଗୁରୁଦିବସ ଅବସରରେ ଆୟୋଜିତ ୧୦ମ ପୂଜ୍ଯପୂଜା ସମାରୋହରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଗଡ଼ଜାତ ପରିକ୍ରମାର ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମାରୋହରେ ମୁଖ୍ଯଅତିଥି ଭାବେ ସାହିତ୍ୟିକ ତଥା ସଂସ୍କୃତି ଗବେଷକ ଡଃ ସଦାନନ୍ଦ ପରିଡା, ମୁଖ୍ଯବକ୍ତା ରୂପେ ବର୍ଷିୟାନ ସାମ୍ବାଦିକ ତଥା ଅବସରପ୍ରାପ୍ତ ଶିକ୍ଷକ ପ୍ରଭାକର ଶିରୋମଣି ଯୋଗଦେଇ  ଜୀବନର ପ୍ରତିଟି ସୋପାନରେ ଗୁରୁଙ୍କର ଆବଶ୍ୟକ ହୋଇଥାଏ ବୋଲି ମତପ୍ରକାଶ କରିଥିଲେ।
ସଭାପତି ଶ୍ରୀ ଦାଶ ତାଙ୍କ ଅଭିଭାଷଣରେ ଗୁରୁଙ୍କ ଉପରେ ଆଉଜଣେ ଅଛନ୍ତି ଏବଂ ସେ ହେଉଛନ୍ତି ସଦଗୁରୁ।  ଯାହାଙ୍କୁ କେହି ଦେଖିପାରନ୍ତି ନାହିଁ, ସେଇ ସଦଗୁରୁଙ୍କ କୃପା ଯଦି ଆପଣଙ୍କ ଉପରେ ପଡିଥାଏ ତେବେ ଆପଣ ଜଣେ ଗୁରୁବାଚ୍ୟ ହୋଇପାରନ୍ତି ବୋଲି ମତପ୍ରକାଶ କରିଥିଲେ। ଗଡଜାତ ପରିକ୍ରମା ଉପସଭାପତି ସୁରେଶ ଚନ୍ଦ୍ର ପରିଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଲଲାଟେନ୍ଦୁ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗୁରୁଦିବସ ଓପରେ ବିଶ୍ୱନାଥ ବିଦ୍ୟାପୀଠ ସଂଗୀତଗୁରୁ ସନ୍ତୋଷ ବେହେରାଙ୍କ ସ୍ୱରଚିତ ଓ ନିର୍ଦ୍ଦେଶିତ ଗୀତକୁ ବିଶ୍ଵନାଥ  ବିଦ୍ୟାପୀଠର ଛାତ୍ରମାନେ ଗାନ କରିଥିଲେ । ଏହି ଅବସରରେ ପ୍ରାଣକୃଷ୍ଣ ଦାଶଙ୍କ ଏକ କବିତା ପୁସ୍ତକ ‘ଲେଖନୀର ଝର’ ଉନ୍ମୋଚିତ ହୋଇଥିଲା।
ପୂଜ୍ୟପୂଜା ସମାରୋହରେ ପ୍ରଭାକର ଶିରୋମଣି, ଅଶୋକ ପ୍ରସନ୍ନ ଶରଣ, ଭୀମସେନ ସାହୁ, ରବିନ୍ଦ୍ରନାଥ ରାଉତ, ସ୍ଵର୍ଣ୍ଣଲତା ତ୍ରିପାଠୀ, କମଳା ନାୟକ, ପ୍ରସନ୍ନ କୁମାର ଦାଶ, ଡଃ କୁଳମଣି ବାରିକ, ସୁବଳ କୁମାର ନାୟକ, ଧ୍ରୁବ ଚରଣ ଦାଶ, ଦିବାକର ନାୟକ ପ୍ରମୁଖ ଏଗାର ଜଣ ଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ସଞ୍ଜୟ ତାପାରିଆ, ପୁଲିନ ମିଶ୍ର, ତ୍ରିଲୋଚନ ବେହେରା, ଅଶୋକ ଦାଶ, ପ୍ରମୋଦ ବିଶୋଇ, ଗଣେଶ ପ୍ରସାଦ ରାଉତ, ସଦାନନ୍ଦ ପଟ୍ଟନାୟକ, ଦୀପାଳି ଦାଶ, ରାଜେଶ୍ୱରୀ ଗୋସ୍ୱାମୀ ଏବଂ ସମାଜସେବୀ ରୂପଶ୍ରୀ ଶ୍ୱେତପଦ୍ମା ମହାନ୍ତି ସହଯୋଗ କରିଥିଳେ ।ଶେଷରେ ବରିଷ୍ଠ ସଭ୍ୟ ସୁବାସ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ...

ବିଷାକ୍ତ ପାଉଁଶ ବୋଝଇ ଟ୍ରକ ଦୁର୍ଘଟଣାରେ ବାବାଙ୍କ ମୃତ୍ୟୁ

ରେଢ଼ାଖୋଲ: ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ...

ବଢୁଛି ଭାଇରାଲ ସଂକ୍ରମଣ: କଣ କରିବେ

ସମାଜ ଡିଜିଟାଲ ଡେସ୍କ: ଆମ ଚାରିପାଖରେ ଅନେକ ଲୋକଙ୍କୁ ଦେଖିଛେ ଯେଉଁମାନେ...

ବିହାର : କାହାକୁ ମିଳିବ ମନ୍ତ୍ରୀପଦ ?

ସମାଜ ଲାଇଭ ଡ଼େସ୍କ : ବିହାରରେ ଏନଡିଏ ସରକାର ଆସନ୍ତାକାଲି ଶପଥ...

ଡିସେମ୍ବର ୨୫ରୁ ଖୋଲିବ ମଣ୍ଡି

ଭୁବନେଶ୍ୱର:ଆସନ୍ତା ଡିସେମ୍ବର ୨୫ ତାରିଖରୁ ଖୋଲିବ ମଣ୍ଡି। ଏନେଇ ସମବାୟ ମନ୍ତ୍ରୀ...

Related Articles

Popular Categories