ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଲଉଡି ଗାଁ ର କଙ୍ଗାରୁ କୋର୍ଟ ହୋଇଥିବା ବେଳେ ଗୋଟିଏ ପରିବାରର ୧୭ ଲୋକଙ୍କୁ ଗତ ୨୩ତାରିଖ ଠାରୁ ବାସନ୍ଦ କର ଯାଇଥିବା ଅଭିଯୋଗ ହୋଇଛି। ପୁରୁଣା ଜମି ବିବାଦ ସହ ଗ୍ରାମର କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ଉକ୍ତ ଜମିକୁ ନିଜ ଅକ୍ତିଆର କରି ନେବା ଘଟଣା ନେଇ ଥାନାରେ ଅଭିଯୋଗ କରାଯାଇଥିଲା। ଥାନାରେ ଉକ୍ତ ଘଟଣାର ମୀମାଂସା ହେବା ପରେ ବାସନ୍ଦ ହୋଇଥିବା ପରିବାର ପକ୍ଷରୁ ଉକ୍ତ ଜମିରୁ ଉତ୍ପାଦିତ କିଆଫୁଲ ବାହାର କରୁଥିଲେ। ଏହାକୁ ନେଇ ତିନି ଦିନ ତଳେ ଗାଁ କମିଟି ପକ୍ଷରୁ ବୈଠକ କରାଯାଇ ଏହି ପରିବାରକୁ ନିଆଁ ପାଣି ବନ୍ଦ ସହ ଦୋକାନ ସଉଦା, ପିଲାମାନଙ୍କୁ ଟିଉସନ୍ ମଧ୍ୟ ବନ୍ଦ କରିଦେଇଛନ୍ତି। ମୂଲ ମଜୁରୀ ବନ୍ଦ, ଆଇଜର କୁ କାମ କରିବା ସକାଶେ ଯିବା ମଧ୍ଯ ବନ୍ଦ କରିଦେଇଛନ୍ତି। ଗାଁ ର କୈାଣସି ଦୋକାନୀ ବାସନ୍ଦ ପରିବାରକୁ ସଉଦା ଦେଲେ ଦୋକାନୀ କୁ ୩୦ହଜାର ଫାଇନ ଦେବାକୁ ଧମକ ଦେଉଛନ୍ତି।
ଏହା ଫଳରେ ଗାର କୌଣସି ଲୋକ ସେମାନଙ୍କ ସହ କଥାବାର୍ତ୍ତା ହେଉନାହାନ୍ତି। କିଆ ଫୁଲ ଭାଟି ବାଲା କୁ ଦେଲେ ମାଟି ମାଲିକ କିଆ ଫୁଲ ନେବାକୁ ମନା କରିଦେଇଛନ୍ତି। ବାସନ୍ଦ ହୋଇଥିବା ପରିବାର ର ଏସ୍ ମହେଶ, ଏସ ଏର୍କମ୍ମା,ଏସ. ସିମାଦ୍ରି, ଏସ ଗାରଆମ୍ମା, ଏସ ଧନରାଜୁ, ଏସ. ବୁଲ୍ଲlମ୍ମା, ଏସ. ପାର୍ବତୀ, ଏସ. କମଳା, ଏସ ଜୟା ଆମ୍ମl, ଏମ. ଲକ୍ଷ୍ମୀଆମ୍ମା, ଏସ. ଜଗନ୍ନାଥ,ଏସ.ସଙ୍ଗୀତା ଏସ. ରାହୁଲ, ଏସ.ବାଲ ରାଜୁ,ଏସ. ଅନିଲ, ଏସ.ମାଧାରାଓ, ଏସ. ସୋନି ପ୍ରମୁଖ ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମର ମୁଖିଆ ଏନ୍. ଡିଲେଶୁ ଙ୍କ ଯୋଗାଯୋଗ ବେଳେ ସେ କହିଛନ୍ତି ଗ୍ରାମ ପକ୍ଷରୁ କାହାକୁ ବାସନ୍ଦ କରା ଯାଇ ନାହିଁ।ଯଦି ଉକ୍ତ ପରିବାର ଅଭିଯୋଗ କରୁଛନ୍ତି ତାହାହେଲେ ତଦନ୍ତ କରାଯାଉ ବୋଲି ମଧ୍ୟ କହିଛନ୍ତି।
Comments are closed.