www.samajalive.in
Monday, December 8, 2025
14.1 C
Bhubaneswar

ଘର ଭିତରୁ ନାଗସାପ ଉଦ୍ଧାର

ଦେଓଗାଁ: ଦେଓଗାଁ ସଦର ପଞ୍ଚାୟତର କନ୍ଧପାଲି ପଡ଼ାରୁ ଏକ ନାଗସାପକୁ ଉଦ୍ଧାର କରି ଜଙ୍ଗଲରେ ଛଡାଯାଇଛି। କଛାର ପାଲି କନ୍ଧ ପାଲିପଡାର ଲଳିତ କୁଆରଙ୍କ ଘରକୁ ଏକ ନାଗସାପ ପଶି ଆସିବାରୁ ପରିବାରଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଏହାପରେ କଛାର ପାଲି ସାହୁ ପଡ଼ାର ନାଗ ବାଚା ଗୁରୁ ଭାବରେ ପରିଚିତ ଥିବା ରାମଚନ୍ଦ୍ର ମନହୀରା ଘଟଣାସ୍ଥଳରେ ପହଞ୍ଚି ସାପ କୁ ଉଦ୍ଧାର କରିଥିଲେ। ମନହୀରା ଚଳିତ ବର୍ଷ ୩୮ଟି ସାପକୁ ଏମିତି ଉଦ୍ଧାର କରି ଜଙ୍ଗଲରେ ଛାଡୁଥିବାରୁ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି। ଅନ୍ୟପକ୍ଷରେ ଦେଓଗାଁ ବନାଞ୍ଚଳରେ ସ୍ନେକ ହେଲ୍ପ ଲାଇନର ସ୍ଥାୟୀ କର୍ମଚାରୀ ନ ଥିବାରୁ ସାପ ବାହାରିଲେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ବନ ବିଭାଗ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି।

ବଡ ସଫଳତା ; ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ : ୬ ନକ୍ସଲ ନିହତ, ୨ ଯବାନ ଆହତ

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories