www.samajalive.in
Saturday, December 6, 2025
16.1 C
Bhubaneswar

ବଡ ସଫଳତା ; ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ : ୬ ନକ୍ସଲ ନିହତ, ୨ ଯବାନ ଆହତ

ମାଲକାନଗିରି : ଛତିଶଗଡରୁ ତେଲେଙ୍ଗାନାକୁ ପଳାୟନ କରୁଥିବା ନକ୍ସଲମାନଙ୍କ ସହ ପୁଲିସର ଗୁଳି ବିନିମୟ ହୋଇଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ପଡୋଶୀ ତେଲେଙ୍ଗାନା ଭଦ୍ରାଦ୍ରିକୋଥାଗୁଡାମ ଜିଲ୍ଲା ଏବଂ କରକାଗୁଦାମ ଏବଂ ମୁଲଗୁ ଜିଲ୍ଲାର ପିନପାକା ବ୍ଲକ ଅନ୍ତର୍ଗତ ଜାନ୍ଦାଗୁଟା ଜଙ୍ଗଲରେ ଗ୍ରେହାଉଣ୍ଡ ଫୋର୍ସ ଏବଂ ନକ୍ସଲ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୬ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏହାସହ ୨ ଜଣ ଯବାନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ନିହତ ନକ୍ସଲମାନେ ହେଲେ କୁଞ୍ଜା ବିରୈୟା ଓରଫ ଲଛନ୍ନା , ତୁଳସୀ, ଶୁକ୍ର, ଚାଲୋ, ଦୁର୍ଗେସ ବୋଲି ଜଣାପଡିଛି। ଏମାନେ ଛତିଶଗଡର ଲକ୍ଷ୍ମଣ ଦଲମର ସଦସ୍ୟ ବୋଲି କୁହାଯାଉଛି ଯାହା ଛତିଶଗଡରୁ ତେଲେଙ୍ଗାନା ଯାଉଥିଲା। ଏହି ଖବର ପାଇବା ମାତ୍ରେ ସ୍ଥାନୀୟ ପୁଲିସ ଏବଂ ଗ୍ରେହାଉଣ୍ଡ ଫୋର୍ସ ମାଓବାଦୀଙ୍କୁ ଚାରି ଦିଗରୁ ଘେରି ରହିଥିଲେ।

ଏହାପରେ ଉଭୟ ପଟୁ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଏନକାଉଣ୍ଟରରେ ୬ ଜଣ ମାଓବାଦୀ ନିହତ ହୋଇଛନ୍ତି। ଦୁଇ ଜଣ ତେଲେଙ୍ଗାନା ପୁଲିସର ଯବାନ ମଧ୍ୟ ଆହତ ହୋଇଛନ୍ତି। ଏହି ଯବାନମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଭଦ୍ରାଚଲମ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରେସନ୍ ଏସପି ପଙ୍କଜ ପରିତୋଶ କହିଛନ୍ତି ଯେ ପୁଲିସର ଜୋରଦାର କୁମ୍ବିଂ, ସର୍ଚ୍ଚ, ଏରିଆ ଡୋମିନେସନ ଏବଂ ନକ୍ସଲ ବିଲୋପ ରଣନୀତିରେ ଭୟଭୀତ ହୋଇ ଛତିଶଗଡରୁ ତେଲେଙ୍ଗାନାକୁ ପଳାୟନ କରୁଥିବା ମାଓବାଦୀଙ୍କ ସମ୍ପର୍କରେ ସୂଚନା ପୁଲିସକୁ ମିଳିଥିଲା। ଏହା ପରେ ଗ୍ରେହାଉଣ୍ଡ ଫୋର୍ସର ଯବାନମାନେ ମାଓବାଦୀଙ୍କୁ ଜନ୍ଦାଗୁଟା ଜଙ୍ଗଲରେ ସର୍ଚ୍ଚ ଅପରେସନ ଅଭିଯାନ ଆରମ୍ଭ କରିଥିଲେ।ଜଙ୍ଗଲରେ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ଜାରି ରହିଛି। ଅଧିକରୁ ଅଧିକ ନକ୍ସଲ ଗୁରୁତର ଆହତ କିମ୍ବା ମୃତ୍ୟୁ ହୋଇଥିବା ପୁଲିସ ଆଶଙ୍କା କରୁଛି।

ଦେଖନ୍ତୁ ଭିଡିଓ; ମହିଳା ଏମିତି ଜାଗାରେ ସଫା କରୁଥିଲେ ଝରକା, ଅଟ୍ଟାଳିକାକୁ ଦେଖି ବୁଲାଇଦେବ ମୁଣ୍ଡ..

- Advertisement -

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories