www.samajalive.in
Saturday, December 6, 2025
19.1 C
Bhubaneswar

ବଜ୍ରପାତଜିନତ ମୃତ୍ୟୁରେ ଓଡ଼ିଶା ଆଗରେ; ଝାରସୁଗୁଡା ଜିଲାରେ ସର୍ବାଧିକ

ସମାଜ ଡିଜିଟାଲ ଡେସ୍କ: ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟାରେ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶା ଆଗରେ ରହିଛି। ଏନେଇ ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଉତ୍ତର ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ଗତ ୫ବର୍ଷରେ ରାଜ୍ୟରେ ବଜ୍ରପାତରେ ୧୧୦୩ଜଣଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱର ଜିଲାରେ ବଜ୍ରପାତ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ୫ବର୍ଷରେ ଝାରସୁଗୁଡା ଜିଲାରେ ସର୍ବାଧିକ ୭୨ଜଣ ଓ ବଲାଙ୍ଗିରରେ ୫୫ଜଣଙ୍କ ମୃତ୍ୟୁ ହୋଇଛି। ଗବେଷଣା କହୁଛି ଓଡ଼ିଶାରେ ଅଧିକ ଖଣିଜ ପଦାର୍ଥ ଥିବାରୁ ବଜ୍ରପାତ ହେଉଛି। ଖଣିଜ ପଦାର୍ଥ ହେଉଛି ବିଦ୍ୟୁତର ସୁପରିବାହୀ (ଗୁଡ କଣ୍ଡକ୍ଟର)। ବଜ୍ରପାତରେ ମୃତ୍ୟୁ ହେଲେ ୪ଲକ୍ଷ ଟଙ୍କାର କ୍ଷତିପୂରଣ ବ୍ୟବସ୍ଥା ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ସେପଟେ ଉତ୍ତରପ୍ରଦେଶ ବଡ ରାଜ୍ୟ ହୋଇ ମଧ୍ୟ ସେଠାରେ ୫ବର୍ଷରେ ୫୪୨ଜଣଙ୍କ ଜୀବନ ଯାଇଛି। ନିର୍ଦ୍ଦିଷ୍ଟ କେଉଁଠି ବଜ୍ରପାତ ହେବ ସେହି ଆକଳନ ପାଇଁ ଜ୍ଞାନକୌଶଳ ଏ ପର୍ଯ୍ୟନ୍ତ ଆସିନାହିଁ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories