www.samajalive.in
Monday, December 15, 2025
17.1 C
Bhubaneswar

କେଉଁ ଭାରତୀୟ କ୍ରିକେଟର ଦେଇଛନ୍ତି ସର୍ବାଧିକ ଆୟକର ?

ସମାଜ ଡିଜିଟାଲ ଡେସ୍କ: କେଉଁ କିକେଟରଙ୍କ ରୋଜଗାର କେତେ ? ସେମାନେ କେତେ ଆୟକର ଦିଅନ୍ତି ? ଏସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପ୍ରଶଂସକମାନଙ୍କ ମଧ୍ୟରେ ସବୁବେଳେ ଆଗ୍ରହ ରହିଥାଏ। କ୍ରିକେଟରମାନେ କେବଳ ଖେଳରୁ ଅର୍ଥ ରୋଜଗାର କରନ୍ତି ନାହିଁ, ବିଜ୍ଞାପନରୁ ବି ପ୍ରଚୁର ଅର୍ଥ ଉପାର୍ଜନ କରିଥାଆନ୍ତି। ଏହାବ୍ୟତୀତ ୨୦୦୮ରେ ଆଇପିଏଲ ଆରମ୍ଭ ହେବା ପରଠାରୁ ଖେଳାଳିମାନଙ୍କ ଆୟ ବହୁଗୁଣିତ ହୋଇଛି। ସେହି ଅନୁସାରେ ସେମାନେ ସରକାରଙ୍କୁ ଆୟକର ବାବଦରେ ଟିକସ ବି ପ୍ରଦାନ କରୁଛନ୍ତି।

ଫର୍ଚୁନ ଇଣ୍ଡିଆ ରିପୋର୍ଟ ଅନୁସାରେ, ବ୍ୟାଟିଂ ଆଇକନ ବିରାଟ କୋହଲି ଆୟକର ପ୍ରଦାନ ତାଲିକାରେ ସର୍ବାଗ୍ରେ ରହିଛନ୍ତି। କେବଳ କ୍ରିକେଟର ହିସାବରେ ନୁହନ୍ତି, ବରଂ ଭାରତୀୟ କ୍ରୀଡ଼ାବିତ୍‌ ଭାବେ ସେ ୨୦୨୩-୨୪ରେ ସର୍ବାଧିକ ଟିକସ ପ୍ରଦାନ କରିଛନ୍ତି। ବର୍ତ୍ତମାନ ଲଣ୍ଡନରେ ଛୁଟି କାଟୁଥିବା କୋହଲି ଗତ ଆର୍ଥିକ ବର୍ଷ(୨୦୨୩-୨୪)ରେ ୬୬ କୋଟି ଟଙ୍କାର ଆୟକର ଦେଇଛନ୍ତି। ତାଙ୍କ ପଛକୁ ଅଛନ୍ତି ମହେନ୍ଦ୍ର ସିଂହ ଧୋନୀ, ଯିଏକି ୩୮ କୋଟି ଟଙ୍କା ଆୟକର ଦେଇଛନ୍ତି। ୩ୟ ସ୍ଥାନରେ ରହିଛନ୍ତି ସଚିନ ତେନ୍ଦୁଲକର। ସଚିତ ବିଗତ ଆର୍ଥିକ ବର୍ଷରେ ୨୮ କୋଟି ଟଙ୍କା ପ୍ରଦାନ କରିଛନ୍ତି।

- Advertisement -

ଫର୍ଚୁନ ଇଣ୍ଡିଆର ସେଲିବ୍ରିଟି ଟିକସଦାତା ତାଲିକାରେ ସୌରଭ ଗାଙ୍ଗୁଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ବି ସାମିଲ ହୋଇଛି। ସୌରଭ ୨୩ କୋଟି ଏବଂ ପାଣ୍ଡ୍ୟା ୧୩ କୋଟି ଟଙ୍କା ଆୟକର ଦେଇଛନ୍ତି। ତେବେ ସେଲିବ୍ରିଟି ଟିକସଦାତା ତାଲିକାର ଶୀର୍ଷରେ ରହିଛନ୍ତି ବଲିଉଡ୍‌ ସୁପରଷ୍ଟାର ସାହରୁଖ ଖାନ। ସେ ସର୍ବାଧିକ ୯୨ କୋଟି ଟଙ୍କାର ଟିକସ ପ୍ରଦାନ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories