www.samajalive.in
Sunday, December 7, 2025
23.1 C
Bhubaneswar

ବେଆଇନ ମଦ, ଗଞ୍ଜେଇ ବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା

କଲମପୁର: ଦେଶୀ ବିଦେଶୀ ମଦ ପ୍ରଭାବ​ରେ ପରିବାର ମଧ୍ୟରେ ଗଣ୍ଡଗୋଳ। ଗାଁ ଗାଁରେ ଅଶାନ୍ତି। ଦିନକୁ ଦିନ ବଢ଼ୁଛି ଦୁର୍ଘଟଣା। ଅବକାରୀ ବିଭାଗର ହାତ ଖାଲି। ଯେତେବେଳେ କୌଣସି ଅଭିଯୋଗ ହୁଏ କାଁ ଭାଁ କିଛି ମଦ କୋଠି ଉପରେ ଚଢାଉ କରି ନିଜର କାର୍ଯ୍ୟ ସମ୍ପାଦିତ କରୁଛନ୍ତି। କଲମପୁର ବ୍ଲକ ଅଞ୍ଚଳରେ ଅନେକ ଦୋକାନରେ ବିଦେଶୀ ମଦ ବିକ୍ରି ହେଉଥିବାବେଳେ ପ୍ରତ୍ୟେକ ଗାଁରେ ଏକାଧିକ ଦେଶୀ ମଦ କୋଠି ରହିଛି। ଏହାସହ ଅନେକ ସ୍ଥାନରେ ବେଆଇନ ଭାବେ ମଦ ରନ୍ଧା ଯାଉଛି, ଯଦ୍ଵାରା ନାବାଳକମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି। ତେଣୁ ଅନ୍ୟ ଉପାୟ ନପାଇ ବେଆଇନ ମଦ କାରବାର ବନ୍ଦ ନେଇ ରାଜରାସ୍ତାରେ ମହିଳା। ବୁଧବାର ପାତ୍ରବାସାଠାରେ ବେଆଇନ ମଦ, ଗଞ୍ଜେଇ ସମେତ ଜୁଆ ଖେଳ ବନ୍ଦ କରିବା ନେଇ ଗାଁ ମହିଳା ଗାଁ କମିଟିର ଦ୍ୱାରସ୍ଥ ହୋଇଥିଲେ। ତୁରନ୍ତ ଗାଁ କମିଟି ଗାଁରେ ବେଆଇନ ଭାବେ ଚାଲିଥିବା ଦେଶୀ ବିଦେଶୀ ମଦ, ଗଞ୍ଜେଇ ଏବଂ ଜୁଆ ଖେଳ ବନ୍ଦ କରିବା ନେଇ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଗାଁ କମିଟି ସଭାପତି ସୁମନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତା ଏବଂ ସମ୍ପାଦକ ସୁଧିର ରାଉତଙ୍କ ସଂଯୋଜନାରେ ଗାଁ ମଣ୍ଡପଠାରେ ଏକ ବୈଠକ ଅନୁଷ୍ଠିତ ହେଇଥିଲା। ଏହି ବୈଠକରେ ଲୀଳା ଦଣ୍ଡସେନା, ଲଳିତା ମାଝୀ, ହେମଲତା ନିଆଲ, ହୀରା ବାଗ, ପ୍ରଭାତୀ ସେଠୀ, ସସ୍ମିତା ଧଙ୍ଗଡ଼ାମାଝୀ ପ୍ରମୁଖଙ୍କ ସମେତ ଶତାଧିକ ମହିଳାଅ ଯୋଗ ଦେଇ ମଦ ପାଇଁ ଘରୋଇ ଗଣ୍ଡଗୋଳ ହେଉଥିବା ଅଭିଯୋଗ କରିବା ସହ ତୁରନ୍ତ ବନ୍ଦ କରିବା ନେଇ ଗାଁ କମିଟି ପକ୍ଷରୁ ପଦକ୍ଷେପ ନେବାକୁ ଜଣାଇଥିଲେ। ଏହାସହ ମହିଳାମାନେ ମଦ ବନ୍ଦ ନେଇ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ।

ଆଉ କେତେ ମହିଳା ବିଧବା ହେଲେ, କେତେ ଛୁଆ ଅନାଥ ହେଲେ ଏବଂ କେତେ ମାଆ ପୁତ୍ରହରା ହେଲେ ମଦ ବନ୍ଦ ହେବ ବୋଲି ପ୍ରଶ୍ନ କରିଥିଲେ ଗାଁ ମହିଳା। ଏହି ବେଆଇନ ମଦ, ଗଞ୍ଜେଇ କାରବାର ଯୋଗୁଁଁ ଗାଁ ଗାଁରେ ଅଶାନ୍ତି ଲାଗି ରହୁଛି। ଯୁବ ଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି। ଗାଁ ରାଜଅରାସ୍ତାରେ ସାଧାରଣ ଲୋକ ମଦ୍ୟପ ଦୌରାତ୍ମ୍ୟର ଶିକାର ହେଉଛନ୍ତି। ଏହାସହ ବେଆଇନ ଭାବେ ମଦ, ଗଞ୍ଜେଇ ବିକ୍ରୟ ହେଉଥିବାରୁ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ତେଣୁ ତୁରନ୍ତ ଏଥିପ୍ରତି ଜିଲା ପ୍ରଶାସନ ସମେତ ଅବକାରୀ ବିଭାଗ ଏବଂ ପୁଲିସ ପ୍ରଶାସନ ଗୁରୁତ୍ୱ ଦେବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories