www.samajalive.in
Monday, December 15, 2025
14.1 C
Bhubaneswar

ଆମ୍ବୁଲାନ୍ସରୁ ରୋଗୀଙ୍କୁ ଫିଙ୍ଗିଦେଲେ ଡ୍ରାଇଭର ଓ ସହଯୋଗୀ, ସ୍ତ୍ରୀଙ୍କୁ ଅସଦାଚରଣ କରି ଲୁଟିଲେ ଟଙ୍କା

ସମାଜ ଡିଜିଟାଲ ଡେସ୍କ: ଡାକ୍ତରଖାନାରୁ ଘରକୁ ଫେରିବା ବେଳେ ରୋଗୀଙ୍କୁ ରାସ୍ତାରେ ଫିଙ୍ଗିଦେଲେ ଆମ୍ବୁଲାନ୍ସ ଡ୍ରାଇଭର ଏବଂ କର୍ମଚାରୀ। ଏହା ସହିତ ରୋଗୀଙ୍କ ସ୍ତ୍ରୀଙ୍କୁ ଅସଦାଚରଣ କରି ଟଙ୍କା ଓ ଅଳଙ୍କାର ଲୁଟିନେଲେ। ରାସ୍ତାରେ ରୋଗୀଙ୍କୁ ଫିଙ୍ଗି ଦିଆଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏଭଳି ଏକ ବର୍ବର କାଣ୍ଡ ଘଟିଛି ଉତ୍ତରପ୍ରଦେଶର ଛଓ୍ବାନି ଥାନା ମୁଖ୍ୟରାସ୍ତାରେ।

ସୂଚନା ଅନୁସାରେ, ଜଣେ ମହିଳା ସ୍ଵାୟୁରୋଗରେ ପୀଡ଼ିତ ତାଙ୍କ ସ୍ଵାମୀଙ୍କୁ ଗତ ଅଗଷ୍ଟ ୨୮ ତାରିଖରେ ଇନ୍ଦିରାନଗରସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ଖର୍ଚ୍ଚ ଭାର ସମ୍ଭାଳି ନ ପାରିବାରୁ ମହିଳା ଜଣକ ଡାକ୍ତରଙ୍କୁ ଅନୁରୋଧ କରି ପରଦିନ ତାଙ୍କ ସ୍ଵାମୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରିନେଇଥିଲେ। ଏହା ପରେ ଏକ ଆମ୍ବୁଲାନ୍ସରେ ସ୍ଵାମୀଙ୍କୁ ନେଇ ଘରକୁ ଫେରିଥିଲେ। ରାତି ହୋଇଥିବାରୁ ବାଟରେ ପୁଲିସ ନ ଅଟକାଇବା ଲାଗି ଆମ୍ବୁଲାନ୍ସ ଡ୍ରାଇଭର ଏବଂ କର୍ମଚାରୀ ଉକ୍ତ ମହିଳାଙ୍କୁ ଆଗ ସିଟ୍‌ରେ ବସିବାକୁ କହିଥିଲେ। ମହିଳାଙ୍କୁ ଦେଖିଲେ ପୁଲିସ ଛାଡ଼ିଦେବ ବୋଲି କହିଥିଲେ। ପରେ ରୋଗୀଙ୍କ ସହିତ ମହିଳାଙ୍କ ଭାଇ କ୍ୟାବିନରେ ବସିଥିଲେ। ହେଲେ କିଛି ବାଟ ଯିବା ପରେ ଆମ୍ବୁଲାନ୍ସ ଡ୍ରାଇଭର ଏବଂ କର୍ମଚାରୀ ମହିଳାଙ୍କୁ ଅସଦାଚରଣ କରିବା ଆରମ୍ଭ କରିଥିଲେ। ସେ ଏହାର ପ୍ରତିବାଦ କରିଥିଲେ ହେଁ ଜୋର ଜବରଦସ୍ତି ତାଙ୍କୁ ଅସଦାଚରଣ କରିଥିଲେ।

- Advertisement -

ମହିଳାଙ୍କ ସ୍ଵାମୀ ଏହା ଜାଣିପାରି ପାଟି କରିଥିଲେ। କିନ୍ତୁ କେହି ଶୁଣି ନ ଥିଲେ। ହେଲେ ମହିଳା ଜଣକ ସେମାନଙ୍କ ସହିତ ଲଢ଼ି ଚାଲିଥିଲେ। ଶେଷରେ ଡ୍ରାଇଭର ଗାଡ଼ି ଅଟକାଇ ରୋଗୀଙ୍କ ମୁହଁରୁ ଅମ୍ଳଜାନ ମାସ୍କ କାଢ଼ି ଦେଇଥିଲେ। ତାଙ୍କ ଭାଇଙ୍କୁ ଅନ୍ୟ ଏକ କ୍ୟାବିନରେ ତାଲା ପକାଇ ଦେଇ ସ୍ଵାମୀଙ୍କୁ ଘୋଷଡ଼ି ଆଣି ରାସ୍ତାରେ ଫିଙ୍ଗି ଦେଇଥିଲେ। ମହିଳାଙ୍କ ଅଳଙ୍କାର ଏବଂ ୧୦ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ପରେ ତାଙ୍କ ଭାଇଙ୍କୁ କ୍ୟାବିନରୁ ବାହାର କରି ସେମାନେ ଘଟଣାସ୍ଥଳରୁ ପଳାଇଥିଲେ।

ରାସ୍ତାରେ ଫିଙ୍ଗିଦେବାରୁ ମହିଳାଙ୍କ ସ୍ଵାମୀ ଗୁରୁତର ଆହତ ହୋଇଥିଲେ। ତେଣୁ ସେମାନେ ୧୧୨ ଏବଂ ୧୦୮କୁ ଫୋନ କରି ସହାୟତା ଲୋଡ଼ିଥିଲେ। ପରେ ପୁଲିସ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ ବସ୍ତି ଜିଲା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଗୋରଖପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ପହଞ୍ଚିବା ପୂର୍ବରୁ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ମହିଳାଙ୍କ ମନ୍ତବ୍ୟ ରେକର୍ଡ କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories