www.samajalive.in
Saturday, December 6, 2025
16.1 C
Bhubaneswar

ଜାଲ୍ ନୋଟ୍ କାରବାରରେ ଓଡିଶା ଲିଙ୍କ୍: ବାସୁଦେବପୁରରେ ଅଭିଯୁକ୍ତଙ୍କ ଘର

ଭଦ୍ରକ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଥିବା ଏକ ମଦ୍ରାସା ରେ ଗତ ୨୮ ତାରିଖରେ ସନ୍ଦେହଜନକ ଗତିବିଧି ନେଇ ବିଶ୍ଵସ୍ତସୂତ୍ରରୁ ଖବର ପାଇବା ପରେ ଚଢାଉ କରିଥିଲା ପୁଲିସ୍। ଚଢାଉ ପରେ ପୁଲିସ୍ କୁ ଏପରି ଏକ ତଥ୍ୟ ମିଳିଛି , ଯାହା ସମସ୍ତଙ୍କୁ ଚକିତ କରିଛି। ସେଠାରେ ପାଠପଢା ଯିବା ବଦଳରେ ଛପାଯାଉଥିଲା କୋଟି କୋଟି ଟଙ୍କାର ଜାଲ ନୋଟ୍। ଏପରିକି ମଦ୍ରାସା ଭିତରୁ ଆରଏସଏସ୍ ବିରୁଦ୍ଧରେ ଅପପ୍ରଚାର ପାଇଁ ପୁସ୍ତକ ମଧ୍ୟ ପ୍ରକାଶିତ ହେଉଥିବା ଜଣାପଡିଛି। ତେବେ ଏହି ଘଟଣାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି। ଏଥିରୁ ଜଣେ ଓଡିଶାର ଥିବା ଜଣାପଡିଛି। ସମ୍ପୃକ୍ତ ଯୁବକଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ୧୪ନଂ ୱାର୍ଡ ଶୁକଦେବପୁର ଗାଁରେ । ଯୁବକ ଜଣକ ସାଜିଦ ଖାନ ଙ୍କ ପୁଅ ଜାହିର ଖାନ୍ । ଜାହିର ଆଜକୁ ୭ ବର୍ଷ ହେବ ପ୍ରୟାଗରାଜ ମାଦ୍ରାସରେ ରହି ମୌଲାନା ପାଠ ପଢ଼ୁଥିବା ପରିବାର ଲୋକେ ସୂଚନା ଦେଇଛନ୍ତି।  ଗତ ୮ ଦିନ ପୂର୍ବରୁ ପୁଅ ଜାହିରକୁ ଜାଲ ନୋଟ କାରବାରରେ ପୁଲିସ୍ ଗିରଫ କରିଥିବା କହିଛନ୍ତି ବାପା ସାଜିଦ। ଘଟଣାକୁ ନେଇ ବାସୁଦେବପୁର ପୁଲିସ୍ ସାଜିଦକୁ ପଚରାଉଚରା ଜାରି ରଖିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories