www.samajalive.in
Saturday, December 6, 2025
15.1 C
Bhubaneswar

‘ଆଧାର ସଂଶୋଧନ: ଧାର୍ଯ୍ୟଠାରୁ ଅଧିକ ଟଙ୍କା ନେଲେ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ବର : ସୁଭଦ୍ରା ଯୋଜନାରେ ଆବେଦନ କରିବା ଲାଗି ରାଜ୍ୟର ସମସ୍ତ ଜନସେବା କେନ୍ଦ୍ରରେ ପ୍ରବଳ ଭିଡ଼ ହେଉଥିବା ଜନସେବା କେନ୍ଦ୍ର ଓଡ଼ିଶା ମୁଖ୍ୟ ମଦନ ମୋହନ ରାଉତ କହିଛନ୍ତି। ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ୪ଟି ମୋଡ୍‌ରେ ଆଧାର ପ୍ରମାଣୀକରଣ ହେବ। ମୋବାଇଲ, ବାୟୋମେଟ୍ରିକ, ଫେସ୍‌, ଆଇରିସ ଜରିଆରେ ପ୍ରମାଣୀକରଣ ଆବଶ୍ୟକ। କୌଣସିଟିରେ ବି ପ୍ରମାଣୀକରଣ ହେଲେ ଆଧାର ଅପଡେଟ୍‌ ଜରୁରୀ ନୁହେଁ ବୋଲି ଶ୍ରୀ ରାଉତ କହିଛନ୍ତି। ଜନସେବା କେନ୍ଦ୍ର ଆଧାର ଅପଡେଟ୍‌ ପାଇଁ ଅଧିକ ଟଙ୍କା ମାଗୁଥିଲେ ଅଭିଯୋଗ କରିବାକୁ ସେ କହିଛନ୍ତି। ନିର୍ଦ୍ଧାରିତଠାରୁ ଅଧିକ ଟଙ୍କା ମାଗୁଥିଲେ ଲୋକେ ୧୪୬୭୮ ନମ୍ବରରେ ଅଭିଯୋଗ କରିପାରିବେ। ସୁଭଦ୍ରା ଯୋଜନାର ସମସ୍ତ ତଥ୍ୟ www.subhadra.odisha.gov.in ୱେବ୍‌ପୋର୍ଟାଲରେ ଉପଲବ୍ଧ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ଏହି ପୋର୍ଟାଲର ଶୁଭାରମ୍ଭ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories