www.samajalive.in
Saturday, December 6, 2025
26.1 C
Bhubaneswar

୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶାରୁ ମୂଳପୋଛ ହେବ ନକ୍ସଲ କାର୍ଯ୍ୟକଳାପ: ଡିଜିପି

ଭୁବନେଶ୍ବର : ଆସନ୍ତା ୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶାରୁ ମୂଳପୋଛ ହେବ ନକ୍ସଲ କାର୍ଯ୍ୟକଳାପ। ଆଗାମୀ ଦିନରେ ନକ୍ସଲ ଦମନ ଅଭିଯାନକୁ ଜୋରଦାର୍‌ କରାଯିବ। ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବା ନେଇ ଆଲୋଚନା ହୋଇଛି। ଓଡ଼ିଶା ପୁଲିସ ନକ୍ସଲ ଦମନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି। ରାଷ୍ଟ୍ରୀୟସ୍ତରରେ ଆମକୁ ମାନ୍ୟତା ମିଲିଛି, ଆମେ ସେ କାମକୁ ଆହୁରି ଆଗକୁ ନେବୁ। ଯେଉଁ ଜିଲାରେ ନକ୍ସଲ ସମସ୍ୟା ଅଛି ସେ ଜିଲା ବିଷୟରେ ଆଲୋଚନା ହୋଇଛି ଓ ଖବର ମଧ୍ୟ ନିଆଯାଇଛି। ସେହି ଜିଲାଗୁଡ଼ିକରେ ସମସ୍ୟା ସମାଧାନ ହେବ। ନକ୍ସଲ ମୂଳପୋଛ ପାଇଁ ଗୃହମନ୍ତ୍ରୀଙ୍କ ନିର୍ଦେଶ ରହିଛି। ଆଶା କରୁଛୁ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲ ମୂଳପୋଛ ହେବ। ସେଥିରେ ସଫଳ ହେବୁ ବୋଲି ପୁଲିସ ମହାନିର୍ଦେଶକ ୱାଇବି ଖୁରାନିଆ କହିଛନ୍ତି। ନକ୍ସଲ ଅଧ୍ୟୁଷିତ ଜିଲା ଏସ୍‌ପିଙ୍କ ସହ ଆଲୋଚନା ହୋଇଛି। ବିଭିନ୍ନ ରେଞ୍ଜ୍‌ ଡିଆଇଜି ଓ ଆଇଜିଙ୍କୁ ନେଇ ନକ୍ସଲ ଦମନ ଅଭିଯାନ ଆରମ୍ଭ କରିବାକୁ ନକ୍ସା ପ୍ରସ୍ତୁତ କରାଯାଇଛି। ନକ୍ସଲ ଦମନକୁ ନେଇ ବୈଠକ ଶେଷ ହେବା ପରେ ଡିଜିପି ଖୁରାନିଆ ଏହି ପ୍ରତିକ୍ରିୟା ଦେଇଛନ୍ତି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories