www.samajalive.in
Saturday, December 6, 2025
15.1 C
Bhubaneswar

ସାମାନ୍ୟ ବିରତି ପରେ ପୁଣି ରୁଷର କ୍ଷେପଣାସ୍ତ୍ର ମାଡ଼ – ୪୧ ମୃତ

ଡେସ୍କ: ୟୁକ୍ରେନର ଏକ କେନ୍ଦ୍ରୀୟ ଅଞ୍ଚଳରେ ଥିବା ଏକ ଶିକ୍ଷାନୁଷ୍ଠାନ ଏବଂ ନିକଟସ୍ଥ ଏକ ଡାକ୍ତରଖାନା ଉପରେ ଦୁଇଟି ରୁଷୀୟ ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ କରିବା ଫଳରେ ଅତି କମରେ ୪୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୧୮୦ ଜଣ ଆହତ ହୋଇଛନ୍ତି ବୋଲି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି।

୨୦୨୨ ଫେବ୍ରୁଆରି ୨୪ରେ ୯୦୦ ଦିନ ତଳେ କିଭ୍ ସହ ସଂଘର୍ଷ ଆରମ୍ଭ ହେବା ପରଠାରୁ ରୁଷ୍ ପକ୍ଷରୁ ୟୁକ୍ରେନ୍ର କେନ୍ଦ୍ରୀୟ ପୋଲଟାଭା ଅଞ୍ଚଳକୁ ଟାର୍ଗେଟ କରି କରାଯାଇଥିବା ଏହି ଆକ୍ରମଣ ମସ୍କୋର ସବୁଠାରୁ ଭୟଙ୍କର ଆକ୍ରମଣ ବୋଲି କୁହାଯାଉଛି।

- Advertisement -

ଆକ୍ରମଣରେ ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ୟୁନିକେସନର ଗୋଟିଏ କୋଠା ଆଂଶିକ ଭାବେ ନଷ୍ଟ ହୋଇଯାଇଛି। କିଛି ଲୋକ ସେହି କୋଠାର ଭଗ୍ନାବଶେଷ ତଳେ ବଂଚି ରହିଥିବା ଜଣାପଡିଛି। ଅନେକ କ୍ଷୟକ୍ଷତି ହୋଇଛି ବୋଲି ଜେଲେନସ୍କି ତାଙ୍କ ଟେଲିଗ୍ରାମ ଚ୍ୟାନେଲରେ କହିଛନ୍ତି।

ଉଦ୍ଧାର କାର୍ଯ୍ୟରେ ସମସ୍ତ ଆବଶକୀୟ ସେବା ନିୟୋଜିତ ରହିଛି ବୋଲି ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି। ସେ ତାଙ୍କ ଟେଲିଗ୍ରାମ ବାର୍ତ୍ତାରେ କହିଛନ୍ତି –
ମୁଁ ପୋଲଟାଭାରେ ରୁଷୀୟ ଆକ୍ରମଣ ବିଷୟରେ ପ୍ରାଥମିକ ରିପୋର୍ଟ ପାଇଲି। ମିଳିଥିବା ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ସେମାନେ ଏକ ଶିକ୍ଷାନୁଷ୍ଠାନ ଏବଂ ନିକଟସ୍ଥ ଡାକ୍ତରଖାନାକୁ ଟାର୍ଗେଟ କରି ଟେଲିକମ୍ୟୁନିକେସନ୍ ଅନୁଷ୍ଠାନର ଗୋଟିଏ କୋଠାକୁ ଆଂଶିକ ଭାବେ ନଷ୍ଟ କରିଦେଇଥିଲେ।

https://t.me/V_Zelenskiy_official/11533

ଲୋକେ ଭଗ୍ନାବଶେଷ ତଳେ ଫସି ରହିଥିଲେ। ଅନେକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୮୦ରୁ ଅଧିକ ଆହତ ହୋଇଛନ୍ତି। ଦୁର୍ଭାଗ୍ୟବଶତଃ ଏଥିରେ ଅନେକ କ୍ଷୟକ୍ଷତି ହୋଇଛି। ବର୍ତ୍ତମାନ ସୁଦ୍ଧା ଆମେ ଜାଣିଛୁ ଯେ ୪୧ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କର ସମସ୍ତ ସମ୍ପର୍କୀୟ ଏବଂ ପ୍ରିୟଜନଙ୍କ ପ୍ରତି ମୋର ଗଭୀର ସମବେଦନା।

ଏହି ଆକ୍ରମଣ ପାଇଁ ରୁଷୀୟ ସେନା ନିଶ୍ଚିତ ଭାବେ କ୍ଷତି ସହିବ। ଆମେ ଦୁନିଆର ସମସ୍ତଙ୍କୁ ଅନୁରୋଧ କରୁଛୁ ଯେଉଁମାନଙ୍କ ପାଖରେ ଏହି ଆତଙ୍କକୁ ରୋକିବାର କ୍ଷମତା ଅଛି: ୟୁକ୍ରେନକୁ ଏବେ ଏୟାର ଡିଫେନ୍ସ ସିଷ୍ଟମ ଏବଂ କ୍ଷେପଣାସ୍ତ୍ରର ଆବଶ୍ୟକତା ରହିଛି। ଋଷ ଆତଙ୍କବାଦରୁ ରକ୍ଷା ପାଇବା ପାଇଁ ଆକ୍ରମଣର ଆବଶ୍ୟକତା ରହିଛି। ଦୁର୍ଭାଗ୍ୟବଶତଃ ପ୍ରତିଦିନ ବିଳମ୍ବ ହେବାର ଅର୍ଥ ହେଉଛି ଅଧିକ ଜୀବନ ହାନି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories