www.samajalive.in
Friday, December 5, 2025
27.1 C
Bhubaneswar

ପାକିସ୍ତାନକୁ ପୁଣି ହରାଇ ଇତିହାସ ରଚିଲା ବାଂଲାଦେଶ

ସମାଜ ଡିଜିଟାଲ ଡେସ୍କ: ଟେଷ୍ଟ କ୍ରିକେଟରେ ଇତିହାସ ରଚିଛି ବାଂଲାଦେଶ ଟିମ୍‌। ପାକିସ୍ତାନ ଭଳି ଏକ ଶକ୍ତିଶାଳୀ ଦେଶକୁ କ୍ରମାଗତ ୨ୟ ଥର ପାଇଁ ହରାଇ ବାଂଲାଦେଶ ଏହି ସଫଳତା ହାସଲ କରିଛି। ପାକିସ୍ତାନ ମାଟିରେ ଘରୋଇ ଦଳକୁ ବାଂଲାଦେଶ ୨-୦ରେ ହରାଇ ସିରିଜକୁ ମୂଳପୋଛ କରିନେଇଛି। ଏହା ସହିତ ପାକିସ୍ତାନ ବିପକ୍ଷରେ କୌଣସି ଟେଷ୍ଟ ସିରିଜରେ ସମସ୍ତ ମ୍ୟାଚରେ ବିଜୟଲାଭ କରିବାରେ ବାଂଲାଦେଶ ହେଉଛି ପ୍ରଥମ ଏସୀୟ ଦେଶ।

ବାଂଲାଦେଶ ଚଳିତ ସିରିଜରେ ପାକିସ୍ତାନ ବିପକ୍ଷରେ ୨ଟି ଟେଷ୍ଟ ମ୍ୟାଚ ଖେଳିଥିଲା। ପ୍ରଥମ ମ୍ୟାଚରେ ଭ୍ରମଣକାରୀ ଦଳ ଘରୋଇ ପାକିସ୍ତାନୀ ଦଳକୁ ହରାଇ ଟେଷ୍ଟ କ୍ରିକେଟରେ ହଇଚଇ ସୃଷ୍ଟି କରିଥିଲା। ୨ୟ ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଫଳରେ ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଟିମ୍‌ ପ୍ରଥମ ଇନିଂସରେ ୨୭୪ ରନ୍‌ ସଂଗ୍ରହ କରିଥିଲା। ତେବେ ବାଂଲାଦେଶ ଏହାର ପ୍ରଥମ ଇନିଂସରେ ମାତ୍ର ୨୬ ରନରେ ୬ ଓ୍ବିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ହେଲେ ଲିଟନ ଦାସ ଏବଂ ମେହିନୀ ହସନ ମିରାଜଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଦଳ ୨୬୨ ରନ୍‌ କରିପାରିଥିଲା। ଏହା ପରେ ପାକିସ୍ତାନ ଟିମ ୨ୟ ଇନିଂସରେ ୧୭୨ ରନରେ ଅଲଆଉଟ୍ ହୋଇଯାଇଥିଲା। ଫଳରେ ବାଂଲାଦେଶ ପାଇଁ ୧୮୫ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା, ଯାହାକୁ ଦଳ ୪ ଉଇକେଟ ହରାଇ ହାସଲ କରିନେଇଥିଲା।

- Advertisement -

ଏହା ପୂର୍ବରୁ ଇଂଲଣ୍ଡ ପାକିସ୍ତାନକୁ ଏକ ଟେଷ୍ଟ ସିରିଜରେ ୩-୦ରେ ହରାଇଥିଲା। କିନ୍ତୁ ଏସୀୟ ଦଳ ଭାବେ ବାଂଲାଦେଶ ଏହି ଗୌରବ ଅର୍ଜନ କରିବାରେ ପ୍ରଥମ ଦେଶ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories