ସାମ୍ନାକୁ ଆସିଲା ବନ୍ଦେ ଭାରତ ସ୍ଲିପର ଟ୍ରେନର ପ୍ରଥମ ଝଲକ, ବିମାନଠୁ କମ୍ ନୁହେଁ..
ନୂଆଦିଲ୍ଲୀ : ଭାରତୀୟ ରେଳ ତୀବ୍ର ଗତିରେ ବିକାଶ ଗାଥା ଲେଖୁଛି । ଏହା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଭାରତୀୟ ରେଳକୁ ଏକ ନୂଆ ପରିଚୟ ଦେଇଛି । ବର୍ତ୍ତମାନ ବନ୍ଦେ ଭାରତ ଟ୍ରେନରେ ଚେୟାର କାରର ସୁବିଧା ରହିଛି ଏବଂ ଏହା ଭାରତର ପ୍ରଥମ ସେମି ହାଇସ୍ପିଡ୍ ଟ୍ରେନ୍ । କିନ୍ତୁ ଏବେ ଭାରତୀୟ ରେଳ ସ୍ଲିପର ବନ୍ଦେ ଭାରତକୁ ଧାରଣାକୁ ଆଣିବାକୁ ଯୋଜନା କରୁଛି ଏବଂ ଡିସେମ୍ବର ୨୦୨୪ ସୁଦ୍ଧା ଏହା ଗଡିବା ଆକଳନ କରାଯାଉଛି । ଏଭଳି କ୍ଷେତ୍ରରେ ବନ୍ଦେ ଭାରତ ଟ୍ରେନର ସ୍ଲିପର କୋଚର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ଯେଉଁଥିରେ କୋଚର ଭିତରପଟ ଦେଖିବାକୁ ମିଳୁଛି ।
The Sleeper version of Vande Bharat train looks amazing. pic.twitter.com/vpIDgiPZ2j
— Indian Tech & Infra (@IndianTechGuide) September 1, 2024
ଭାଇରାଲ ଭିଡିଓ ଆରମ୍ଭରେ କୋଚର ଦ୍ବାର ଖୋଲୁଛି । ଦ୍ବାର ଖୋଲିବା ପରେ ଜଣାପଡୁଛି କି ଏହା କୌଣସି ସାଧାରଣ ଟ୍ରେନ୍ ନୁହେଁ । ବନ୍ଦେ ଭାରତର ସ୍ଲିପର କୋଚ ଏକ ବିମାନର କୋଚ୍ ଭଳି ନଜର ଆସୁଛି । ଏକ ପୁଶ୍ ବଟନରେ ଏହା ଅଟୋମେଟିକ୍ ଖୋଲିଯାଉଛି । ସ୍ଲିପର ସିଟ୍ସ ଦେଖିବାକୁ ଅତି ଆରାମଦାୟକ ଏବଂ ସୁନ୍ଦର ନଜର ଆସୁଛି । ଏହା ବ୍ୟତୀତ ଏହା ବହୁତ ଚଉଡା ମଧ୍ୟ ।
Comments are closed.