www.samajalive.in
Monday, December 15, 2025
15.1 C
Bhubaneswar

୨୩ ତମ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ପାଳିତ

କଲମପୁର : କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଠାରେ ୨୩ ତମ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ପାଳିତ ହୋଇଯାଇଛି। ସମିତି ଅଧ୍ୟକ୍ଷା ଶାନ୍ତି ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‍ଯାପନୀ ସମାରୋହରେ ଭବାନିପାଟଣା ଉପଜିଲାପାଳ ମିର୍ଦ୍ଧା ଟପୋ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ମାଣିକେଶ୍ୱରୀ ପଞ୍ଚାୟତ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଚ୍ଛିନା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଅତ୍ୟାଧୁନିକ ବିଭିନ୍ନ ଉପକରଣ, କମ୍ପ୍ୟୁଟର, ପ୍ରତ୍ୟେକ ହାତରେ ଆଣ୍ଡ୍ରଏଡ ଫୋନର ପ୍ରଭାବ କାରଣରୁ ଆଗକାଳର  ଲୋକ କଳା ଏବେ ଲୁପ୍ତ ହେବାକୁ ବସିଛି। ସେହି ଲୋକ କଳା, ଲୋକ ସଂସ୍କୃତିର ପୁନଃ ଉଦ୍ଧାର ଆବଶ୍ୟକତା ରହିଛି। ଲୋକ କଳାର ପ୍ରସାର ଓ ପ୍ରଚାର ଦିଗରେ କାର୍ଯ୍ୟକଲେ ଏହି ଲୋକ ସଂସ୍କୃତିର ଉତ୍ସବ ପାଳନ ସାର୍ଥକ ହେଇ ପାରିବ ବୋଲି ଶ୍ରୀ ମୁଣ୍ଡଚ୍ଛିନା ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। ପଶ୍ଚିମ ଓଡିଶା ବୈଷୟିକ କମିଟିର ସଦସ୍ୟ ମାଣିକ୍ୟ ଚନ୍ଦ୍ର ନାଏକ, ଜିଲା ପରିଷଦ ସଭ୍ୟ ମୁରଲୀ ଧର ନାଏକ, ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ କମିଟିର ଆବାହକ ତଥା ବି.ଡି.ଓ ନବିନ ଚନ୍ଦ୍ର ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମଞ୍ଚ ଅଭିନେତ୍ରୀ ତଥା ସିନେ ତାରକା ଲୋଚନୀ ବାଗ ଓ ମାଣିକ୍ୟ ଚନ୍ଦ୍ର ନାଏକଙ୍କ ଦମଦାର ମଞ୍ଚ ସଂଯୋଜନା ସହିତ କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ବଜାସାଲ, ଭବାନିପାଟଣା ମୃଣ୍ମୟୀ ଅନୁଷ୍ଠାନର ସିଘଂବାଜାର ଢୋଲ ନିଶାନ ଓ ତାସାରେ ଥୁଆମୁଲ ରାମପୁର ସ୍ଥିତ ରାଜବାଟି ମୁକ୍ତ ମଞ୍ଚ ଦୁଲୁକି ଉଠିଥିଲା। ଗୋପାଳପୁର ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ପାରମ୍ପାରିକ ଆଦିବାସୀ ନାଚ ସହିତ ପେରୁମଞ୍ଜି ଡୋକରୀ ଡ୍ୟାନ୍ସ ଗ୍ରୁପର ରସରକେଲି ନାଚରେ ବିଭୋର ହୋଇ ଉଠିଥିଲେ ଦର୍ଶକ। ଛାତ୍ର ଛାତ୍ରୀଙ୍କ ନାଚରେ ଆକୃଷ୍ଟ ହୋଇ ଖୋଦ୍‍ ମୁଖ୍ୟ ଅତିଥି ଉପଜିଲାପାଳ ଶ୍ରୀ ଟପୋ ମଞ୍ଚ ସଂଯୋଜକଙ୍କ ଅନୁରୋଧ କ୍ରମେ ମଞ୍ଚ ଉପରକୁ ଯାଇ ନୃତ୍ୟ କରିଥିଲେ। ଭବାନିପାଟଣାର କଳାକାର ଅବନ୍ତିକା ମହାରଣାଙ୍କ ଓଡିଶୀ ନୃତ୍ୟ ଆମୋଦିତ କରିଥିଲା ଦର୍ଶକଙ୍କୁ। ଏ ଅବସରରେ ମଞ୍ଚ ଅଭିନେତ୍ରୀ ତଥା ଚଳଚ୍ଚିତ୍ର ଜଗତର ଉଦିୟମାନ ତାରକା ଶ୍ରୀମତୀ ଲୋଚନୀବାଗଙ୍କୁ ଥୁଆମୁଳ ରାମପୁର ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ପ୍ରତିଭା ମାନଙ୍କୁ ପୁରସ୍କୃତ କରାଯାଇଥିଲା।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories