www.samajalive.in
Monday, December 15, 2025
16.1 C
Bhubaneswar

ବ୍ରାଜିଲରେ ନିଷେଧ ହେଲା ‘X’, ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ ମସ୍କ

ସମାଜ ଡିଜିଟାଲ ଡେସ୍କ: ବ୍ରାଜିଲରେ ନିଷେଧ ହୋଇଛି ସାମାଜିକ ଗଣମାଧ୍ୟମ ‘X’। ବ୍ରାଜିଲ ସୁପ୍ରିମକୋର୍ଟର ଜଣେ ବିଚାରପତି ଆଲେକ୍ଜାଣ୍ଡର ଡି ମୋରେସ ‘X’କୁ ଦେଶରେ ନିଷେଧ କରିବା ଲାଗି ନିର୍ଦେଶ ଦେବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ବିଚାରପତି ମୋରେସ ଦେଶର ଇଣ୍ଟରନେଟ ସେବା ପ୍ରଦାନକାରୀ ସଂସ୍ଥା ଏବଂ ଆପ୍‌ ଷ୍ଟୋରଗୁଡ଼ିକୁ ନିର୍ଦେଶ ଦେଇ ୫ ଦିନ ମଧ୍ୟରେ ସାମାଜିକ ଗଣମାଧ୍ୟମ ‘X’ର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ କହିଛନ୍ତି। କୋର୍ଟଙ୍କ ନିର୍ଦେଶନାମା ପାଳନ ନ କରିବା ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଜାରି ରହିବ ବୋଲି ବିଚାରପତି କହିଛନ୍ତି। ଏହା ସହିତ ଯେଉଁ ବ୍ୟକ୍ତି ଭିପିଏନ ଜରିଆରେ ପ୍ରତିବନ୍ଧକକୁ ଏଡ଼ାଇ ‘X’ ବ୍ୟବହାର କରିବେ ସେମାନଙ୍କ ଉପରେ ଦୈନିକ ୮୯୦୦ ଡଲାର ଅର୍ଥରାଶି ଜରିମାନା ଲାଗୁ କରାଯିବ ବୋଲି କୁହାଯାଇଛି।

ସୂଚନା ଅନୁସାରେ, ସାମାଜିକ ଗଣମାଧ୍ୟମ ‘X’ ଜରିଆରେ କିଛି ଆକାଉଣ୍ଟଧାରୀ ବ୍ରାଜିଲରେ ମିଥ୍ୟା ଖବର ଏବଂ ଘୃଣ୍ୟ ଭାଷଣର ପ୍ରଚାର ପ୍ରଚାର କରୁଛନ୍ତି। ଏହା ସାମ୍ନାକୁ ଆସିବା ପରେ ସୁପ୍ରିମକୋର୍ଟ ବିଚାରପତି କିଛି ନିର୍ଦ୍ଦିଷ୍ଟ ଆକାଉଣ୍ଟକୁ ବ୍ଲକ କରିବା ଲାଗି ‘X’କୁ ନିର୍ଦେଶ ଦେଇଥିଲେ। କିନ୍ତୁ ମାସାଧିକ କାଳ ବିତିଯିବା ସତ୍ବେ ‘X’ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଯେଉଁଥିପାଇଁ ସୁପ୍ରିମକୋର୍ଟ ଏହି ସାମାଜିକ ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦେଶ ଦେଇଛନ୍ତି।

- Advertisement -

ଅନ୍ୟପଟେ ବ୍ରାଜିଲର ଏହି କାର୍ଯ୍ୟାନୁଷ୍ଠାନ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ‘X’ର ମାଲିକ ଏଲନ ମସ୍କ। ବ୍ରାଜିଲରେ ବାକ୍‌ ସ୍ଵାଧୀନତା ଉପରେ ଆକ୍ରମଣ ବୋଲି ମସ୍କ କହିବା ସହିତ ବିଚାରପତି ମୋରେସ ଜଣେ ଖରାପ ପ୍ରକୃତିର ଅପରାଧୀ ବୋଲି ନିଜ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories