www.samajalive.in
Saturday, December 13, 2025
26.1 C
Bhubaneswar

ସ୍ୱାଦିଷ୍ଟ ଭାତ ପରଟା

ଆବଶ୍ୟକ ସାମଗ୍ରୀ
ଏକ ଚାମଚ ତେଲ
ଏକ ଚାମଚ ଜିରା
ପିଆଜ କଟା – ୧ଟି
ଏକ ଚାମଚ ଅଦାରସୁଣ ବଟା
୧ ଚାମଚ ଲଙ୍କା ଗୁଣ୍ଡ
କଞ୍ଚାଲଙ୍କା – କଟା ହୋଇଥିବା
ପୁଦିନା ପତ୍ର – ଅଳ୍ପ
ଧନିଆ ପତ୍ର – ଅଳ୍ପ
ଲୁଣ – ସ୍ୱାଦ ଅନୁସାରେ
ଅଟା – ଆବଶ୍ୟକ ପରିମାଣରେ
ବଳକା ଭାତ
ଦେଶୀ ଘିଅ – ଏକ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଅଟାରେ ସାମାନ୍ୟ ଲୁଣ ଓ ପାଣି ଦେଇ ଚକଟା ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ଏଥିରେ ଜିରା ପକାଇବା ପରେ ପିଆଜ, ଅଦାରସୁଣ ବଟା ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଏଥିରେ କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ, ଲୁଣ ପକାନ୍ତୁ। ଏବେ ଏଥିରେ ବଳକା ଭାତକୁ ପକାଇ ଗୋଳାଇ ଦିଅନ୍ତୁ। ଚଟଣି ଭଳି କରନ୍ତୁ। ଏହାକୁ ଏକ ପାତ୍ରରେ ରଖନ୍ତୁ। ଏବେ ଅଟାରୁ ଗୁଳା ପ୍ରସ୍ତୁତ କରି ପୂର୍ବ ପ୍ରସ୍ତୁତକୁ ପୁର ଭଳି ଅଟା ମଧ୍ୟରେ ଦେଇ ପରଟା ବେଲି ଦିଅନ୍ତୁ। ଏହାକୁ ତାୱାରେ ପକାଇ ଉଭୟ ପଟକୁ ଘିଅ ପକାଇ ଭଲ ଭାବେ ସେକି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଭାତ ପରଟା। ଦହି ସହ ଖାଆନ୍ତୁ।

ଦେଖନ୍ତୁ ଭିଡିଓ; ଉଡିଯିବ ହୋସ୍‌, କେମିତି ତିଆରି ହୁଏ ଏହି ଆମ୍ବ ଜୁସ୍‌..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories