www.samajalive.in
Friday, December 5, 2025
26.1 C
Bhubaneswar

ଲୋକଙ୍କ ପାଇଁ କାଳ ସାଜିଛି ଟାଟା ପାୱାରର ଖାମଖିଆଲି କାମ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏସି ଅନ୍ତର୍ଗତ ୫୩ନଂ ମୁଖ୍ୟ ଜାତୀୟ ରାଜପଥ କଡ଼ରେ ଥିବା ବସଷ୍ଟାଣ୍ଡ ଛକରୁ ୱାର୍ଡ ନଂ ୮ ବୈମାନଟିକ୍ରା ଦେଇ ବାବେବିରା କେନାଲ ଛକ ବାମ କଡ ବୁଲାଣି ଟ୍ରାନ୍ସଫର୍ମରରୁ ବାଉଁଶ ଖୁଣ୍ଟରେ ରାସ୍ତା ପାରି ହେବା ସହ ଜୀବନ ନେବା ଅବସ୍ଥାରେ ରାସ୍ତା ଉପରେ ହାତ ପାହାନ୍ତାରେ ମୁକୁଳା ତାର ଦୀର୍ଘ ଦିନ ଧରି ଝୁଲି ରହିଛି। ବର୍ଷା ଦିନେ ଏବେ ପୁଣି ବାଉଁଶ ଖୁଣ୍ଟରେ ବିଦ୍ୟୁତ୍ ସରବରାହ ହୋଇ ଅଳିଆ ଗଦାରେ ବିପଦକୁ ଆମନ୍ତ୍ରଣ କରୁଥିବା ବାଉଁଶ ଖୁଣ୍ଟ କେତେ ବେଳେ ଯେ ଭାଙ୍ଗି ବିଦ୍ୟୁତ୍ ସରବରାହ ହେଉ ଥିବା ତାର କାହା ଉପରେ ପଡ଼ି ଜୀବନ ନ ନେବ କିଏ କହିବ ବୋଲି ସାଧାରଣରେ ବେଶ  ହୋଇଛି। ଅତାବିରା ବିଦ୍ୟୁତ୍ ବିଭାଗ ଟାଟା ପାୱାର ଚେଇଁ ଶୋଇଥିବା ଲୋକେ କହନ୍ତି। ଅଞ୍ଚଳଟି କୃଷି ବହୁଳ ଅଞ୍ଚଳ ଭାବେ ବେଶ୍ ପରିଚିତ ଥିବା ବେଳେ ରାତି ପାହିଲେ ଏହି ରାସ୍ତା ଦେଇ ହଜାର ହଜାର ଗାଡ଼ି ମଟର ସହ ଚାଷୀ ଲୋକ ତଥା ସ୍କୁଲ କଲେଜ୍ ପିଲା ଯିବା ଆସିବା କରିବା ସୁରକ୍ଷିତ ମଣୁ ନାହାନ୍ତି। ତୁରନ୍ତ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରା ନଯାଏ ତେବେ ଦୁର୍ଘଟଣାକୁ ଏଡ଼ାଇ ହେବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories