www.samajalive.in
Wednesday, December 10, 2025
16.1 C
Bhubaneswar

୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲା: କଂଗ୍ରେସ ନେତାଙ୍କ ବିରୋଧରେ ଚାର୍ଜଫ୍ରେମ କରିବାକୁ କୋର୍ଟଙ୍କ ନିର୍ଦେଶ

ସମାଜ ଡିଜିଟାଲ ଡେସ୍କ: ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜଗଦୀଶ ଟାଇଟ୍‌ଲରଙ୍କ ବିରୋଧରେ ଚାର୍ଜଫ୍ରେମ କରିବାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ନିର୍ଦେଶ ଦେଇଛନ୍ତି ଦିଲ୍ଲୀର ଏକ କୋର୍ଟ। ଦଙ୍ଗା ସମୟରେ ଦିଲ୍ଲୀର ପୁଲ ବଙ୍ଗଶ ଅଞ୍ଚଳରେ ୩ଜଣଙ୍କୁ ହତ୍ୟା ମାମଲାରେ ଜଗଦୀଶଙ୍କ ବିରୋଧରେ ଚାର୍ଜଫ୍ରେମ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।

୨୦୨୩ ମେ ମାସରେ ସିବିଆଇ କୋର୍ଟରେ ଏକ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା। ୧୯୮୪ ନଭେମ୍ବର ୧ରେ ପୁଲ ବଙ୍ଗଶ ଗୁରୁଦ୍ଵାରା ନିକଟରେ ଏକତ୍ର ହୋଇଥିବା ଉତ୍ତ୍ୟକ୍ତ ଲୋକଙ୍କୁ ଜଗଦୀଶ ହିଂସା ପାଇଁ ଉସୁକାଇଥିବା, ଉତ୍ତେଜିତ କରାଇଥିବା ଏବଂ ପ୍ରରୋଚିତ କରିଥିବା ନେଇ ସିବିଆଇ ଅଭିଯୋଗଫର୍ଦ୍ଦରେ ଦର୍ଶାଇଥିଲା। ଜଣେ ସାକ୍ଷୀ ଦାବି କରି କହିଛନ୍ତି ଯେ, ଜଗଦୀଶ ଗୁରୁଦ୍ଵାରା ନିକଟରେ ଏକ ଧଳା ଆମ୍ବାସାଡର କାରରେ ପହଞ୍ଚି ଶିଖମାନଙ୍କୁ ହତ୍ୟା କରିବାକୁ ଉତ୍ତ୍ୟକ୍ତ ଲୋକଙ୍କୁ ଉସୁକାଇଥିଲେ। ଶିଖ୍‌ମାନଙ୍କୁ ହତ୍ୟା କର, ସେମାନେ ଆମ ମା’କୁ ହତ୍ୟା କରିଛନ୍ତି ବୋଲି ଜଗଦୀଶ କହିଥିଲେ। ଏହା ପରେ ଉତ୍ତ୍ୟକ୍ତ ଲୋକମାନେ ସେଠାରେ ୩ ଜଣ ଶିଖ୍‌ଙ୍କୁ ହତ୍ୟା କରିଥିଲେ। ସୂଚନାଯୋଗ୍ୟ, ଏହି ଘଟଣାର ପୂର୍ବ ଦିନ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଶିଖ୍ ଅଙ୍ଗରକ୍ଷୀମାନେ ହତ୍ୟା କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories