ପ୍ୟାରିସ ପାରାଅଲିମ୍ପିକ୍ସ: ଅବନୀ ଓ ମୋନାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ଡେସ୍କ: ପ୍ୟାରିସ ପାରାଅଲିମ୍ପିକ୍ସ ୨୦୨୪ର ମହିଳା ୧୦ ମିଟର ଏୟାର ରାଇଫଲସ ଏସଏଚ୧ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଶୁଟର ଅବନୀ ଲେଖାରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅବନୀ ଲେଖାରା ପ୍ରଥମ ଭାରତୀୟ ମହିଳା ଆଥଲେଟ୍ ଭାବେ ୩ଟି ପାରାଅଲିମ୍ପିକ୍ସ ପଦକ ଜିତିବାରେ ଇତିହାସ ରଚିଛନ୍ତି।
India opens its medal account in the #Paralympics2024!
Congratulations to @AvaniLekhara for winning the coveted Gold in the R2 Women 10M Air Rifle SH1 event. She also creates history as she is the 1st Indian woman athlete to win 3 Paralympic medals! Her dedication continues to…
— Narendra Modi (@narendramodi) August 30, 2024
ସେହିପରି ଆର୨ ମହିଳା ୧୦ ମିଟର ଏୟାର ରାଇଫଲ ଏସଏଚ୧ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଶୁଟର ମୋନା ଅଗ୍ରୱାଲଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ ମୋନାଙ୍କ ଉଲ୍ଲେଖନୀୟ ସଫଳତା ତାଙ୍କ ନିଷ୍ଠା ଏବଂ ଉତ୍କର୍ଷତା ପାଇଁ ଅନୁସନ୍ଧାନକୁ ପ୍ରତିଫଳିତ କରେ। ମୋନାଙ୍କୁ ନେଇ ଗର୍ବିତ ଭାରତ!
Congratulations to Mona Agarwal on winning the Bronze medal in R2 Women 10m Air Rifle SH1 event at the Paris #Paralympics2024!
Her remarkable achievement reflects her dedication and quest for excellence. India is proud of Mona! #Cheer4Bharat
— Narendra Modi (@narendramodi) August 30, 2024
Comments are closed.