www.samajalive.in
Saturday, December 6, 2025
26.1 C
Bhubaneswar

କଳାଧନ ଏସଆଇଟି ବୈଠକ; ଦୁର୍ନୀତିଗ୍ରସ୍ତଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ

ସମାଜ ଡିଜିଟାଲ ଡେସ୍କ: କଟକରେ କଳାଧନ ସମ୍ପର୍କିତ ଏସଆଇଟି ବୈଠକ ପରେ ଜଷ୍ଟିସ ଅରିଜିତ ପଶାୟତ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ହେଉଛି, ଏଥିରେ ରୋକ ଲଗାଇବା ଜରୁରୀ। ଦୁର୍ନୀତି କମାଇବା ଉଦ୍ଦେଶ୍ୟ ରହିଛି। ଦୁର୍ନୀତି କମିଲେ ସମସ୍ତଙ୍କ ଉନ୍ନତି ହେବ। ଦୁର୍ନୀତି ହେଉଥିବା ଜାଣିଲେ ଜଣାଇବା ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ। ଜଣାଇବା ଦ୍ୱାରା ଦୁର୍ନୀତିଗ୍ରସ୍ତଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୁର୍ନୀତିଗ୍ରସ୍ତଙ୍କ ଆୟକର ଠକେଇର ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି। ଅନଲାଇନ୍‌‌ ଜୁଆ ଖେଳକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜଷ୍ଟିସ ପଶାୟତ। ଅରଜିତ ପଶାୟତଙ୍କ ବାସଭବନରେ ବସିଥିବା କଳାଧନ ସମ୍ପର୍କିତ ବୈଠକରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମହାନିର୍ଦ୍ଦେଶକ ରାହୁଲ ନବୀନ, ଭିଜିଲାନ୍ସ ଡିଜି, ନାର୍କୋଟିକ ନିର୍ଦ୍ଦେଶକ, ଆୟକର ଚିଫ୍‌‌ କମିସନର, ସିବିଡିଟି ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେଇଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories