ସମାଜ ଡିଜିଟାଲ ଡେସ୍କ: ଏଣିକି ଦୁଷ୍କର୍ମକାରୀଙ୍କୁ ମିଳିବ ଫାଶୀ ଦଣ୍ଡ। କଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ନୂଆ ବିଧେୟକ ଆଣିବାକୁ ଯାଉଛନ୍ତି। ଯେଉଁଥିରେ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ ବିଧାନ ବ୍ୟବସ୍ଥା ରଖାଯିବ। ଆସନ୍ତା ୧୦ ଦିନ ମଧ୍ୟରେ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ଡକାଇ ବିଲ୍ ଆଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଏହା ପରେ ବିଲ୍କୁ ଅନୁମୋଦନ ପାଇଁ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କ ନିକଟକୁ ପଠାଯିବ। ହେଲେ ରାଜ୍ୟପାଳ ବିଲ୍କୁ ଅନୁମୋଦନ ଦେବେ କି ନାହିଁ ତାହା ବି ସନ୍ଦେହରେ ରହିଛି ବୋଲି ମମତା କହିଛନ୍ତି। ମମତା କହିଛନ୍ତି, ଯଦି ରାଜ୍ୟପାଳ ଅନୁମୋଦନ ନ କରନ୍ତି ତାହେଲେ ଆମେ ରାଜଭବନ ଆଗରେ ଧାରଣା ଦେବୁ। ଏହି ବିଧେୟକ ନିହାତି ଭାବେ ଅନୁମୋଦନ ହେବା ଜରୁରୀ ଏବଂ ରାଜ୍ୟପାଳ ତାଙ୍କ ଦାୟିତ୍ଵରୁ ମୁକୁଳିପାରିବେ ନାହିଁ।
Popular Categories



