www.samajalive.in
Monday, December 15, 2025
16.1 C
Bhubaneswar

କଳାହାଣ୍ଡି ଶିକ୍ଷକ ପାଇବେ ଜାତୀୟ ପୁରସ୍କାର

ଭବାନୀପାଟଣା: ନର୍ଲା ରୋଡ଼ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ଜାତୀୟ ଶିକ୍ଷକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହେଇଛନ୍ତି। ଆସନ୍ତା ସେପ୍ଟେମ୍ବର ୫ ତାରିଖ ଗୁରୁଦିବସ ଦିନ  ନୂଆଦିଲ୍ଲୀରେ ତାଙ୍କୁ ରୌପ୍ୟ ପଦକ, ନଗଦ ୫୦ ହଜାର ଟଙ୍କା ଏବଂ ମାନପତ୍ର ସହିତ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ମାଧ୍ୟମରେ ବିଜ୍ଞାନ ଶିକ୍ଷା ପ୍ରତି ଆକୃଷ୍ଟ କରିବା, ସମାଜରେ ବିଜ୍ଞାନର ପ୍ରଚାର ପ୍ରସାର ସାଙ୍ଗକୁ କୁସଂସ୍କାର ଦୂରୀକରଣ, କ୍ରିୟାକଳାପ ଭିତ୍ତିକ ଶିକ୍ଷଣ, ଖେଳନା ମାଧ୍ୟମରେ ତଥା ଆନନ୍ଦଦାୟକ ପ୍ରଣାଳୀରେ ବିଜ୍ଞାନ ଶିକ୍ଷା ଆଧାରିତ କାର୍ଯ୍ୟକ୍ରମରେ ଶ୍ରୀ କରଙ୍କ ଯୋଗଦାନ ରହିଛି। ପୂର୍ବରୁ ସେ ରାଜ୍ୟ ଶିକ୍ଷା ପୁରସ୍କାର, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଜାତୀୟ ସ୍ତରରେ ପର୍ଯ୍ୟାବରଣ ମିତ୍ର ପୁରସ୍କାର ପାଇଛନ୍ତି। ତାଙ୍କ ନେତୃତ୍ୱରେ ୨୦୧୦ ମସିହାରେ ଜୟଦୁର୍ଗା ହାଇସ୍କୁଲର ବିଜ୍ଞାନ କ୍ଲବ ଜାତୀୟ ସ୍ତରରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲା। ନର୍ଲା ବ୍ଲକ୍ ତୁଳାଗାଁର ସ୍ବର୍ଗତ ଗଙ୍ଗାଧର କର ଏବଂ ଶ୍ରୀମତୀ ସ୍ନେହଲତା କରଙ୍କ ପୁଅ ସନ୍ତୋଷ ଜାତୀୟ ଶିକ୍ଷକ ପୁରସ୍କାର ପାଇବା ଖବର ପ୍ରଚାରିତ ହେବାପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories