www.samajalive.in
Friday, December 5, 2025
20.1 C
Bhubaneswar

୩୫ତମ ଲବଣି–କୁଳମଣି ସ୍ମାରକୀ ଫୁଟବଲ ପ୍ରତିଯୋଗିତା

ସମ୍ବଲପୁର: ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମଲେଶ୍ୱରୀ ଯୁବକ ସଂଘ ତରଫରୁ ୩୫ତମ ଲବଣି–କୁଳମଣି ସ୍ମାରକୀ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ପ୍ରତିଯୋଗିତା ସମ୍ପନ୍ନ ହୋଇଛି । ବିବାହିତ ଓ ଅବିବାହିତମାନଙ୍କ ମଧ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ପ୍ରଥମ ଭାଗରେ ବିବାହିତ ଦଳ ୨ ଗୋଲ ଦେଇ ଆଗୁଆ ରହିଥିଲା। ଶେଷ ପର୍ଯ୍ୟାୟର ଖେଳରେ ଅବିବାହିତ ଦଳ ୨ ଗୋଲ ଦେଇ ଖେଳକୁ ଅମୀମାଂଶିତ ରଖିଥିଲେ। ପରବର୍ତ୍ତୀ ସମୟରେ ପେନାଲଟି ସୁଟ ଆଉଟରେ ବିବାହିତ ଦଳ ୩ – ୨ ଗୋଲରେ ବିଜୟୀ ହୋଇଥିଲା। ସଂଘର ସମସ୍ତ ସଦସ୍ୟ ଏହି ପ୍ରତିଯୋଗିତାକୁ ଆୟୋଜନ ଓ ପରିଚାଳନାରେ ସକ୍ରିୟ ଭୂମିକା ନିର୍ବାହ କରିଥିବା ବେଳେ ଶେଷରେ ବରିଷ୍ଠ ସଦସ୍ୟ ଡ. ଶ୍ୟାମସୁନ୍ଦର ଧର ଏବଂ ଦୀନବନ୍ଧୁ ଦେଓ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories