Patra electronics

ଦେଖନ୍ତୁ ଭିଡିଓ ; ଦୁନିଆର ସବୁଠାରୁ ବୁଦ୍ଧିମାନ କାଉ, ପ୍ଲାଷ୍ଟିକ୍‌ ବୋତଲ ଧରିଲା,ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଭିଡିଓ ଆଶ୍ଚର୍ଯ୍ୟ ଲାଗିବା ସହ କୌତୁକିଆ ହୋଇଥାଏ । ତେବେ ବୁଦ୍ଧିମାନ ଜୀବଜନ୍ତୁ ଓ ପକ୍ଷୀଙ୍କର ମନଛୁଆଁ ଭିଡିଓ ମଧ୍ୟ ଦେଖିବାକୁ ସଭିଏଁ ଖୁବ୍‌ ପସନ୍ଦ କରି ଥାଆନ୍ତି । ନିକଟରେ କାଉର ସେଭଳି ହିଁ ଏକ ଭିଡିଓ ବେଶ ଭାଇରାଲ୍‌ ହେଉଛି।


ପ୍ଲାଷ୍ଟିକ୍‌ ଜିନିଷ ପରିବେଶ ପାଇଁ କ୍ଷତିକାରକ ତାହା ସଭିଁଙ୍କୁ ଜଣା । ଏଥିପାଇଁ ବାରମ୍ବାର ଅବଗତ କରାଯାଏ, ପ୍ଲାଷ୍ଟିକ୍‌ ଜିନିଷକୁ ଖୋଲା ସ୍ଥାନରେ ନଫିଙ୍ଗିବା ପାଇଁ । ତେବେ ମନୁଷ୍ୟଙ୍କ ବ୍ୟତୀତ ଏକ କାଉ କିଭଳି ଏହି କଥାକୁ ବୁଝିଛି, ତାହା ଭିଡିଓ ମାଧ୍ୟମରେ ଦେଖିପାରିବେ । କାଉଟି ପ୍ଲାଷ୍ଟିକ୍‌ ବୋତଲକୁ ନିଜ ଥଣ୍ଟରେ ନେଇ ଡଷ୍ଟବିନ୍‌ ରେ ପକାଉଛି । ଭିଡିଓଟିକୁ ଲୋକେ ଖୁବ୍‌ ପସନ୍ଦ କରିବା ସହ ଏହାକୁ ଦେଖି ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

ଗୁରୁ ଗ୍ରହ କରିବେ ଓଲଟା ଚଳନ; ୩ ରାଶିଙ୍କ ବଦଳିଯିବ ଭାଗ୍ୟ, କରିବେ ଧନ ବୃଦ୍ଧି..

Comments are closed.