www.samajalive.in
Saturday, December 6, 2025
15.1 C
Bhubaneswar

ଦୁଷ୍କର୍ମ ଅଭିଯୋଗରେ କାର ଚାଳକ ଗିରଫ

ପାଟଣା :ଜଣେ ବିବାହିତା ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପାଟଣା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ଜଣେ କାର ଚାଳକ ଓ ସେ କରଞ୍ଜିଆର କାହ୍ନା ଓରଫ ବେଣୁଧର ଗ୍ରହାଚାର୍ଯ୍ୟ(୨୪) ବୋଲି ଜଣାପଡିଛି। ସାହାରପଡା ବ୍ଲକ ଭାଲିଆଡିହା ଗ୍ରାମରୁ ୫ ଜଣ ମହିଳା କରଞ୍ଜିଆର ଏକ ଭଡା କାର ଯୋଗେ ବିଶୋଇ ଅଞ୍ଚଳର ପାଖବନ୍ଧକୁ ଆଦିବାସୀ ମେଳା ଦେଖିବାକୁ ଗତ ୨୦ ତାରିଖ ସନ୍ଧ୍ୟାରେ ଯାଇଥିଲେ। ରାତିରେ ଫେରିବା ସମୟରେ ଅନ୍ୟ ମହିଳା ମାନେ ନିଜ ନିଜ ଘର ପାଖରେ ଓହ୍ଲାଇ ଯାଇଥିବା ବେଳେ ଶେଷରେ ଗ୍ରାମ ମୁଣ୍ଡରେ ଓହ୍ଲାଇବା ପାଇଁ କାରରେ ଥିବା ୨୦ବର୍ଷୀୟା ଆଦିବାସୀ ମହିଳାଙ୍କୁ କାହ୍ନା ପୁନର୍ବାର କରଞ୍ଜିଆ ନେଇ ଦୁଷ୍କର୍ମ କରିଥିଲା। ମହିଳା ଜଣକ କରଞ୍ଜିଆରୁ ଫେରି ପାଟଣା ଥାନାରେ ଏତଲା ଦେଇଥିଲେ। ଥାନା କେଶ ନଂ ୨୮୨/୨୦୨୪ରେ ଏସଟି ଆଇନରେ ଘଟଗାଁ ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ ଘଟଣାର ତଦନ୍ତ କରୁଥିଲେ। ଗିରଫ ଅଭିଯୁକ୍ତର ଡାକ୍ତରୀ ମାଇନା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।

ହାତୀ ଉପଦ୍ରବ; ୩ ଘର ଭାଙ୍ଗିଲା, କାନ୍ଥ ପଡି ଜଣେ ଗୁରୁତର

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories