ପାଟଣା: ପାଟଣା ବନାଞ୍ଚଳ ଅନ୍ତର୍ଗତ ସରାସକୋଲା ଗ୍ରାମରେ ହାତୀପଲ ପଶି ୩ଟି ଘର ଭାଙ୍ଗିଛନ୍ତି। ହୃଦାନନ୍ଦ ମହାନ୍ତଙ୍କ ଘର ଭାଙ୍ଗିବା ସମୟରେ କାନ୍ଥ ଖସି ପଡିବାରୁ ଘରେ ଶୋଇଥିବା ତାଙ୍କ ବଡ଼ ଭାଇ ନିଶାକାର ମହାନ୍ତ ଗୁରୁତର ହୋଇଥିଲେ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେହିପରି ହାତୀପଲ ରଘୁନାଥ ମହାରଣାଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇ ଯାଇଥିବା ବେଳେ ରାଇସ ମିଲ ନିକଟରେ ଥିବା କ୍ଷେତ୍ର ନାଏକଙ୍କ ଦୋକାନ ଘରକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ସେହିପରି ଟୁରୁ ଟଙ୍ଗଣୀଆଙ୍କ କଦଳୀ ବାଡ଼ିରେ ପଶି କଦଳୀ ଗଛ ଖାଇବା ସହ ନଷ୍ଟ ମଧ୍ୟ କରିଛନ୍ତି। ଏହି ହାତୀପଲ ଦିନ ବେଳେ ମୂଷାଖୋରୀ ପଞ୍ଚାୟତ କାଶିଆ ଜଙ୍ଗଲରେ ଡେରା ପକାଇଥିବା ବନପାଳ ପିଅନ ନାଏକ ଜଣାଇଛନ୍ତି।
Popular Categories



