Patra electronics

ଖୁବ୍‌ ଖାସ୍‌ ଏ ବର୍ଷର ଜନ୍ମାଷ୍ଟମୀ: ୪ଟି ଦୁର୍ଲ୍ଲଭ ସଂଯୋଗ,ପୂରଣ ହେବ ମନସ୍କାମନା..

ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପର୍ବ ପ୍ରତ୍ୟେକ ବର୍ଷ ଭଗବାନ କୃଷ୍ଣଙ୍କ ଜନ୍ମ ଦିନ ଭାବରେ ପାଳନ କରାଯାଏ । ଚଳିତ ବର୍ଷ ୨୬ ଅଗଷ୍ଟରେ ପାଳନ କରାଯାଉଥିବା ଏହି ପର୍ବ ଖୁବ୍‌ ଖାସ୍‌ । ଚଳିତ ବର୍ଷର ଜନ୍ମାଷ୍ଟମୀ ଅବସରରେ ଅଦ୍ଭୁତ ସଂଯୋଗ ସୃଷ୍ଟି ହେଉଛି । ଯାହା ଦ୍ୱାପର ଯୁଗରେ ଭଗବାନ କୃଷ୍ଣଙ୍କ ଜନ୍ମ ସମୟରେ ସୃଷ୍ଟି ହୋଇଥିଲା ବୋଲି ମାନ୍ୟତା ରହିଛି । ଏହି ଦୁର୍ଲ୍ଲଭ ସଂଯୋଗରେ ଜନ୍ମାଷ୍ଟମୀ ପର୍ବ ସଭିଁଙ୍କ ମନ ସ୍କାମନା ପୂରଣ କରିବ । ଏହି ପର୍ବ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ସମର୍ପିତ । ଏହି ଦିନ ବ୍ରତ ପାଳନ କରାଯାଏ ।

ମାନ୍ୟତା ଅନୁଯାୟୀ, ଚଳିତ ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସୋମବାର, ୨୬ ଅଗଷ୍ଟରେ ପାଳନ କରାଯାଉଛି । ଏହି ବର୍ଷ ଜନ୍ମାଷ୍ଟମୀରେ ୪ଟି ଦୁର୍ଲ୍ଲଭ ସଂଯୋଗ ସୃଷ୍ଟି ହେଉଛି । ଯାହା ଦ୍ୱାପର ଯୁଗରେ ପ୍ରଭୁଙ୍କ ଜନ୍ମ ସମୟରେ ହୋଇଥିଲା । ଭାଦ୍ରକ ମାସର କୃଷ୍ଣ ପକ୍ଷର ଅଷ୍ଟମୀ, ରୋହିଣୀ ନକ୍ଷତ୍ର, ବୃଷ ଲଗ୍ନ ସହ ଚନ୍ଦ୍ରମା ମଧ୍ୟ ବୃଷ ରାଶିରେ ରହିବେ । ଏହି ୪ଟି ଦୁର୍ଲ୍ଲଭ ସଂଯୋଗ ଦୀର୍ଘ ବର୍ଷ ପରେ ଜନ୍ମାଷ୍ଟମୀରେ ପଡୁଛି।

ଜନ୍ମାଷ୍ଟମୀରେ ଚମକିବ ଏହି ରାଶିଙ୍କ ଭାଗ୍ୟ..

ଚଳିତ ବର୍ଷ ଜନ୍ମାଷ୍ଟମୀ ପର୍ବରେ ବ୍ରତ ପାଳନ କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହେବ । ବ୍ରତର ସମୟ ଚଳିତ ବର୍ଷ ରାତି ୧୨ ଟାରୁ ୧୨ଟା ୪୫ ପର୍ଯ୍ୟନ୍ତ ରହିବ । ଶାସ୍ତ୍ର ଅନୁଯାୟୀ, ଜନ୍ମାଷ୍ଟମୀ ବ୍ରତର ଖୁବ୍‌ ମହତ୍ତ୍ୱ ରହିଛି । ଏହି ବ୍ରତ ପାଳନ କରିବା ଦ୍ୱାରା ପ୍ରାୟ ୨୦ କୋଟି ଏକାଦଶୀ ସମାନ ଫଳ ପ୍ରାପ୍ତି ହୋଇଥାଏ । ଅକାଳ ମୃତ୍ୟୁର ଭୟ ମଧ୍ୟ ଦୂର ହୋଇଥାଏ ।

ବ୍ରତ ପାଳନ ସଂକଳ୍ପ କରି ରଖିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ । ପ୍ରଭୁଙ୍କୁ ସ୍ମରଣ କରି ବ୍ରତ ରଖି, ବ୍ରତ ସଫଳ କରନ୍ତୁ ବୋଲି ପ୍ରାର୍ଥନା କରନ୍ତୁ । ରାତି ୧୨ଟା ପର୍ଯ୍ୟନ୍ତ ଉଜାଗର ରୁହନ୍ତୁ । ଏହାପରେ ପ୍ରଭୁଙ୍କ ପୂଜା କରନ୍ତୁ । ଭୋଗ ଅର୍ପଣ କରନ୍ତୁ ।

Comments are closed.