www.samajalive.in
Saturday, December 6, 2025
14.1 C
Bhubaneswar

ଆସନ୍ତା ଗଣେଶ ପୂଜାରେ ଡିଜେ ସାଉଣ୍ଡ ବନ୍ଦ

ଠାକୁରମୁଣ୍ଡା: ଆସନ୍ତା ଗଣେଶ ପୂଜାରେ ଡିଜେ ସାଉଣ୍ଡ ବ୍ୟବହାର ଉପରେ ସରକାରୀ କଟକଣା ଲାଗିଛି। ଏନେଇ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ୨୩ ତାରିଖ ସନ୍ଧ୍ୟାରେ ଥାନାଧିକାରିଣୀ ସାବିତ୍ରୀ ଦଳେଇଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ସରପଞ୍ଚ, ସ୍ଥାନୀୟ ସ୍କୁଲ ଗୁଡିକର ପ୍ରଧାନ ଶିକ୍ଷକ, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ଉପସ୍ଥିତ ରହି ଆଲୋଚନା କରିଥିଲେ। ଆଗାମୀ ଗଣେଶ ପୂଜାରେ ଆଦୌ ଡିଜେ ବାଜିବ ନାହିଁ ବୋଲି ଥାନାଧିକାରୀଣୀ କହିଥିଲେ। ଏଥିସହିତ ମାଇକ ବଜେଇବାକୁ ହେଲେ ଉପଜିଲ୍ଲାପାଳଙ୍କ ଠାରୁ ଆଗୁଆ ଅନୁମତି ଆଣିବାକୁ ପଡିବ। ୬୦ ଡେସିବଲରୁ ଅଧିକ ଶବ୍ଦ ହେବ ନାହିଁ ବୋଲି ସରକାରୀ କଟକଣା ସମ୍ପର୍କରେ ଅବଗତ କରି ସମସ୍ତଙ୍କର ସହଯୋଗ କାମନା କରିଥିଲେ। ମାତ୍ର ବାଜା ବଜାଇବା ପାଇଁ କୌଣସି କଟକଣା ରହିବ ନାହିଁ ବୋଲି କହିଥିଲେ। ବୈଠକରେ ବସନ୍ତ କୁମାର ପଇବର୍ତ୍ତି, ବଳରାମ ସ୍ୱାଇଁ, ଲକ୍ଷ୍ମୀ ନାରାୟଣ ମହାନ୍ତ, ସରପଞ୍ଚ ମଳୟ ପରମାଣିକ, ବ୍ରହ୍ମାନନ୍ଦ ଦେହୁରୀ ଆଦି ବହୁ ସଂଖ୍ୟାରେ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories