www.samajalive.in
Sunday, December 7, 2025
26.1 C
Bhubaneswar

ପିପିଲିରେ ଭାରତ ବନ୍ଦର ପ୍ରଭାବ

ପିପିଲି : ଅନୁସୂଚିତ ଜାତି ଓ ଜନ ଜାତି ସ୍ଥାନ ସଂରକ୍ଷଣ ସଂକ୍ରାନ୍ତରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପ୍ରଦାନ କରିଥିବା ରାୟର ପ୍ରତିବାଦରେ ତଥା ଉପବର୍ଗୀକରଣ ଓ ସ୍ୱଚ୍ଛଳ ବର୍ଗ ନୀତି ଲାଗୁ କରାନଯିବା ଦାବିରେ ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ବୁଧବାର ପିପିଲି ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଜାତୀୟ ଦଳିତ, ଆଦିବାସୀ, ମାଇନୋରିଟି ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀ, ରାଜ୍ୟ ସଂପାଦିକା ସୋନିଲତା ସେଠୀ, ନାରୀନେତ୍ରୀ ପାର୍ବତୀ ମଲ୍ଲିକ, ଲାବଣ୍ୟ ମଲ୍ଲିକ, ମିନତୀ ମଲ୍ଲିକ ଏବଂ ଅଖିଳ ଭାରତ କୃଷକ ମହାସଭାର ନେତା ଅଶୋକ ପ୍ରଧାନ, କିଷାନ ପଟ୍ଟନାୟକ, ଗଙ୍ଗାଧର ସେଠୀ, ସର୍ବେଶ୍ୱର ଭାରତୀ, କାହ୍ନୁଚରଣ ବେହେରା, ରାମଚନ୍ଦ୍ର ମହାରଣା, ତ୍ରିଲୋଚନ ବେହେରା, ବର୍ଷାରାଣୀ ଦାସ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଆନ୍ଦୋଳନକାରୀ ବୁଧବାର ସକାଳ ସାଢେ ୮ଟାରୁ ୧ଘଣ୍ଟା ପର୍ଯ୍ୟନ୍ତ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ପିପିଲି ଟୋଲପ୍ଲାଜା ଛକ ଠାରେ ଟାୟାର ଜାଳି ଅବରୋଧ କରିଥିଲେ।
ଫଳରେ ସେହିବାଟ ଦେଇ ଗାଡିମୋଟର ଚଳାଚଳ ପ୍ରଭାବିତ ହୋଇଥିଲା। ସେଠାରେ ସେମାନେ କେନ୍ଦ୍ର ସରକାର ବିରୋଧି ବିଭିନ୍ନ ସ୍ଲୋଗାନ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ଓ କେତେକ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟାନରକୁ ପୋଡି ପ୍ରତିବାଦ କରିଥିଲେ । ପରେ ଏକ ଶୋଭାଯାତ୍ରାରେ ପିପିଲି ବଜାର ପରିକ୍ରମା କରିବା ସହ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କକୁ ବନ୍ଦ କରିଥିଲେ। ପିପିଲି ତହସିଲ ଓ ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ସେମାନେ ଦୀର୍ଘ ଦେଢ ଘଣ୍ଟା ପର୍ଯ୍ୟନ୍ତ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ କରିଥିଲେ। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପିପିଲି ପୁଲିସ ଘଟଣାସ୍ଥଳରେ ମୁତୟନ ଥିଲା।

ଥାନା ସମ୍ମୁଖରେ ଦେହରେ ନିଆଁ ଲଗାଇଥିବା ମହିଳାଙ୍କ ମୃତ୍ୟୁ

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories