ଥାନା ସମ୍ମୁଖରେ ଦେହରେ ନିଆଁ ଲଗାଇଥିବା ମହିଳାଙ୍କ ମୃତ୍ୟୁ
କଟକ : କଟକ ମାହାଙ୍ଗା ଥାନା ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ରଶ୍ମିତା ଦାସ । ସେ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ ।
ସୂଚନା ଯୋଗ୍ୟ, ଗତ ୧୬ ତାରିଖରେ ମାହାଙ୍ଗା ଥାନା ସମ୍ମୁଖରେ ରଶ୍ମିତା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କ ସ୍ୱାମୀଙ୍କୁ ମିଛ ମାମଲାରେ ପୁଲିସ ଗିରଫ କରିଥିବା ଅଭିଯୋଗ କରି ଥାନା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
Comments are closed.