www.samajalive.in
Saturday, December 6, 2025
16.1 C
Bhubaneswar

ମଙ୍କି ପକ୍ସକୁ ନେଇ ତତ୍ପରତା; ସବୁ ସିଡିଏମ୍ଓଙ୍କୁ ସ୍ବାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ବର: ଦେଶରେ ମୁଣ୍ଡ ଟେକିଲାଣି ମଙ୍କି ପକ୍ସ। ଏହାକୁ ନେଇ ଏବେ ଆତଙ୍କ ଦେଖାଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିମାନ ବନ୍ଦର ଏବଂ ବିଭିନ୍ନ ସହର ଓ ରାଜ୍ୟର ସୀମା ଅଞ୍ଚଳରେ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ଏହାକୁ ନେଇ ଓଡ଼ିଶାରେ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଯଦିଓ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦିଷ୍ଟ ନିର୍ଦେଶନାମା ଆସିନାହିଁ ତଥାପି ସ୍ବାସ୍ଥ୍ୟ ବିଭାଗ ଏନେଇ ସମସ୍ତ ସିଡିଏମ୍ଓଙ୍କୁ ଚିଠି ଲେଖି ଅବଗତ କରିଛି।
ମଙ୍କି ପକ୍ସ ପ୍ରଥମେ ଡେନମାର୍କରେ ଦେଖାଦେଇଥିବାବେଳେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହାକୁ ମାରାତ୍ମକ ବୋଲି ଅଭିହିତ କରିଛି। ଏହାଦ୍ବାରା ଶରୀର ଦୁର୍ବଳ ଲାଗେ। ଜଣେ ଅନ୍ୟଜଣଙ୍କ ସଂସ୍ପର୍ଶରେ ଆସିଲେ ଏହା ବ୍ୟାପିଥାଏ। ମଙ୍କି ପକ୍ସ ଏବଂ ଚିକେନ ପକ୍ସ ଲକ୍ଷଣ ପ୍ରାୟତଃ ସମାନ। ଏଥିରେ ଆକ୍ରାନ୍ତ ହେଲେ ଶରୀରରେ ନାଲି ନାଲି ପରି ଚିହ୍ନ ସୃଷ୍ଟି ହୋଇ ଫୁଲିଯାଏ। ଏନେଇ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି ଯେ, ମଙ୍କି ପକ୍ସ ପାଇଁ ସ୍ୱାସ୍ଥ୍ୟ ବିଭାଗ ଆଗୁଆ ପ୍ରସ୍ତୁତି କରିଛି। ସମସ୍ତ ସିଡିଏମ୍ଓ ଏବଂ ଜିଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଚିଠି କରାଯାଇଛି। ଯଦି ଏସମ୍ପର୍କିତ କୌଣସି ଲକ୍ଷଣ ଦେଖାଦେଉଛି ତୁରନ୍ତ ବିଭାଗକୁ ଜଣାଇବା ସହ ଆଇସୋଲେସନରେ ରଖିବାକୁ ନିର୍ଦେଶ ଦିଆଯାଇଛି। ସ୍କ୍ରିନିଂ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ନିର୍ଦେଶ ଆସିନାହିଁ। ମଙ୍କି ପକ୍ସ ରାଜ୍ୟରେ ହେବା ପୂର୍ବରୁ ଆମକୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ଏହା ପୂର୍ବରୁ ସମସ୍ତ ପଦକ୍ଷେପ ନେବା ଆବଶ୍ୟକ। ଯାହା ବର୍ତ୍ତମାନ ସମୟରେ କରାଯାଉଛି। ଯଦି ଏହା ଓଡ଼ିଶାକୁ ଆସେ ତେବେ ଅନେକ ସମସ୍ୟା ଦେଖାଦେବ। ତେଣୁ ବର୍ତ୍ତମାନ ସମୟରୁ ସାବଧାନ ରହିବା ଆବଶ୍ୟକ। ମଙ୍କି ପକ୍ସରେ ସଂକ୍ରମିତ ହେଲେ କେଉଁ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯିବ, ଡାକ୍ତରମାନେ ଏହି ସମୟରେ କ’ଣ କରିବେ ସେନେଇ ପ୍ରସ୍ତୁତ ରହିବାକୁ କୁହାଯାଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories