www.samajalive.in
Saturday, December 6, 2025
15.1 C
Bhubaneswar

ବର୍ଷକ ମଧ୍ୟରେ ସ୍ବଦେଶୀ ମଙ୍କିପକ୍ସ ଟିକା

ନୂଆଦିଲ୍ଲୀ: ଡଜନରୁ ଅଧିକ ଆଫ୍ରିକୀୟ ରାଷ୍ଟ୍ରରେ ଏମ୍ପକ୍ସ (ମଙ୍କିପକ୍ସ)ଭୂତାଣୁ ସଂକ୍ରମଣ ବ୍ୟାପୁଥିବାବେଳେ ଏହାକୁ ନେଇ ବିଶ୍ବବ୍ୟାପୀ ଉଦ୍ବେଗ ପ୍ରକାଶ ପାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଏହାକୁ ବୈଶ୍ବିକ ସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା କରିଛି। ଏହା ମଧ୍ୟ କରୋନା ଭୂତାଣୁ ଭଳି ଦ୍ବିତୀୟ ମହାମାରୀର ରୂପ ନେଇପାରେ ବୋଲି ଚେତାବନୀ ଦିଆଯାଇଛି। ତେବେ ଏଭଳି ଜରୁରୀ ପରିସ୍ଥିତିରେ ପ୍ରାୟ ଏକ ବର୍ଷ ମଧ୍ୟରେ ଭାରତରେ ସ୍ବଦେଶୀ ଟିକା ବିକଶିତ କରାଯିବ ବୋଲି ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ପକ୍ଷରୁ ଘୋଷଣା କରାଯାଇଛି।

ଏସ୍ଆଇଆଇର ସିଇଓ ଆଦର ପୁନାୱାଲା କହିଛନ୍ତି; ଏମ୍ପକ୍ସ ପାଇଁ ଘୋଷିତ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସ୍ଆଇଆଇ ବର୍ତ୍ତମାନ ବିପଦରେ ଥିବା ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ରକ୍ଷା କରିବା ପାଇଁ ଏହି ଟିକା ପ୍ରସ୍ତୁତ କରୁଛି। ୨୦୨୨ ମଧ୍ୟଭାଗରୁ ଭାରତରେ ଏହି ଟିକା ବିକାଶ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାୟ ଏକ ବର୍ଷ ମଧ୍ୟରେ ଟିକା ପ୍ରସ୍ତୁତି ନେଇ ଭଲ ଖବର ମିଳିବ ବୋଲି ଶ୍ରୀ ପୁନାୱାଲା କହିଛନ୍ତି। ପ୍ରାୟ ୧୨ରୁ ଅଧିକ ଆଫ୍ରିକୀୟ ଦେଶରେ ଶିଶୁ ଓ ବୟସ୍କ ଏମ୍ପକ୍ସରେ ସଂକ୍ରମିତ ହେଉଛନ୍ତି ଏବଂ ଏବେ ଏମ୍ପକ୍ସର ଏକ ନୂତନ ପ୍ରଜାତି ବ୍ୟାପିବାରେ ଲାଗିଛି। ତେବେ ଏହି ରୋଗ ପାଇଁ ଟୀକା ଅଭାବ ରହିଛି। ସୂଚନା ଅନୁଯାୟୀ, ସର୍ବାଧିକ ଏମ୍ପକ୍ସ ସଂକ୍ରମିତ ରାଷ୍ଟ୍ର କଙ୍ଗୋକୁ ଆସନ୍ତା ସପ୍ତାହରେ ଆମେରିକା ପ୍ରଥମ ଏମ୍ପକ୍ସ ଟିକା ପଠାଇବ। କଙ୍ଗୋରେ ୧୫,୬୦୦ ସଂକ୍ରମିତ ହୋଇଥିବାବେଳେ ୫୩୭ଜଣ ପ୍ରାଣ ହରାଇଲେଣି। କଙ୍ଗୋରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ବର୍ତ୍ତମାନ ସେଠାରେ ପ୍ରାୟ ୩୦ ଲକ୍ଷ ଟିକା ଆବଶ୍ୟକ। ଆମେରିକା ଓ ଜାପାନ କଙ୍ଗୋକୁ ଟିକା ପ୍ରଦାନ ପାଇଁ ସମ୍ମତି ଦେଇଛନ୍ତି। ଜାପାନସ୍ଥିତ କେଏମ୍ ବାୟୋଲଜିକ୍ ଏମ୍ପକ୍ସ ଟିକା ପ୍ରସ୍ତୁତ କରିଥାଏ। ସେହିପରି ଡେନ୍ମାର୍କର ବାଭରିଆନ୍ ନର୍ଡିକ୍ ମଧ୍ୟ ‘ଜିନ୍ନାଓସ୍’ ନାମକ ଅନ୍ୟ ଏକ ଟିକା ତିଆରି କରେ। ଭାରତରେ ଏପର୍ଯ୍ୟନ୍ତ କେହି ଏମ୍ପକ୍ସରେ ସଂକ୍ରମିତ ହୋଇ ନ ଥିବାବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ବିମାନବନ୍ଦରରେ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ଲାଗି ସ୍ବତନ୍ତ୍ର ୱାର୍ଡ ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି। ସନ୍ଦିଗ୍ଧ ଏମ୍ପକ୍ସ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଦିଲ୍ଲୀର ତିନିଟି ଡାକ୍ତରଖାନା ସଫଦରଜଙ୍ଗ, ଲେଡି ହାର୍ଡିଙ୍ଗ ମେଡିକାଲ କଲେଜ ଓ ରାମ ମନୋହର ଲୋହିଆ ହସ୍ପିଟାଲକୁ ନୋଡାଲ ହସ୍ପିଟାଲ ଭାବେ ଚିହ୍ନଟ କରାଯାଇଛି। ସେହିପରି ବିମାନବନ୍ଦରଗୁଡିକରେ ସନ୍ଦିଗ୍ଧଙ୍କ ଆରଟି-ପିସିଆର ଓ ସ୍ବାବ ନମୁନା ପରୀକ୍ଷା ଲାଗି ପଦକ୍ଷେପ ନେବାକୁ କୁହାଯାଇଛି। ୨୦୨୨ ଜୁନ୍ରୁ ୨୦୨୩ ମେ ମଧ୍ୟରେ ଭାରତରେ ୩୦ଜଣ ଏମ୍ପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories