Patra electronics

ରାତିରେ ଖାଦ୍ୟ ଖାଇବାର କେତେ ସମୟ ପରେ ଚାଲିବେ? ମିଳିବ ଆଶ୍ଚର୍ଯ୍ୟଜନକ ଲାଭ..

ରାତିରେ ଖାଦ୍ୟ ଖାଇବା ପରେ କିଛି ସମୟ ଚାଲିବା ଏକ ଉତ୍ତମ ଅଭ୍ୟାସ । ଏହି ଅଭ୍ୟାସ କେବଳ ପାଚନ ତନ୍ତ୍ରକୁ ସୁସ୍ଥ ରଖେ ତାହା ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ଏହା କୌଣସି ବରଦାନରୁ କମ୍‌ ନୁହେଁ । ତେବେ ଜାଣନ୍ତୁ ରାତିରେ ଖାଦ୍ୟ ଖାଇବାର କେତେ ସମୟ ପରେ ଚାଲିବା ଉଚିତ୍‌ ଓ କ’ଣ ରହିଛି ଏହାର ଉପକାରିତା..

ସାଧାରଣତଃ ରାତିରେ ଖାଦ୍ୟ ଖାଇବାର ୨୦ ମିନିଟ ପରେ ଚାଲିବା ଉଚିତ୍‌ । ୩୦ ମିନିଟ୍‌ ପରେ ମଧ୍ୟ ଚାଲି ପାରିବେ । ମାତ୍ର ୧ ଘଣ୍ଟା ମଧ୍ୟରେ ଚାଲିବା ସବୁଠାରୁ ଉତ୍ତମ ।

ରାତିରେ କିଛି ସମୟ ଚାଲିବା ପାଚନ ତନ୍ତ୍ରକୁ ସକ୍ରିୟ କରିଥାଏ । ଏହାଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ ।  କୋଷ୍ଠକାଠିନ୍ୟ ସହ ବଦହଜମି ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ।

ଶ୍ରାବଣର ଶେଷ ଶନିବାର; ବାସ୍‌ ଏହି ସରଳ ଉପାୟରେ ମିଳିବ ଶନିଙ୍କ କୃପା..

ରାତିରେ କିଛି ସମୟ ଚାଲିବା ଦ୍ୱାରା କ୍ୟାଲୋରୀ ହ୍ରାସ କରିଥାଏ । ଏହାଦ୍ୱାରା ମୋଟାପଣ ବୃଦ୍ଧି ହୋଇନଥାଏ । ମୋଟାପଣ ହ୍ରାସ ହେବାରେ ସହାୟକ ହୋଇଥାଏ ।

କିଛି ସମୟ ଚାଲିବା ଦ୍ୱାରା ରାତିରେ ଭଲ ନିଦ ହୋଇଥାଏ ।

କିଛି ସମୟ ଚାଲିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଥାଏ । ମସ୍ତିଷ୍କ ଶାନ୍ତ ରହିଥାଏ । ମନକୁ ମଧ୍ୟ ଶାନ୍ତ ରଖିଥାଏ ।

ନିୟମିତ ରୂପରେ ଚାଲିବା ଦ୍ୱାରା ହୃଦୟ ପାଇଁ ଖୁବ୍‌ ଲାଭଦାୟକ। ଏହା ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ। କୋଲେଷ୍ଟେରୋଲ୍‌ ସ୍ତର କମ୍‌ ହେବାରେ ସହାୟକ ହୋଇଥାଏ। ଫଳରେ ହୃଦୟ ସୁସ୍ଥ ରହିଥାଏ ।

ରୁପା ବାସନରେ ଖାଇଲେ ଶରୀରକୁ ମିଳିବ ଆଶ୍ଚର୍ଯ୍ୟଜନକ ଲାଭ..

ରାତିରେ କିଛି ସମୟ ଚାଲିବା ଦ୍ୱାରା ଏକ ପ୍ରକାର ହରମୋନ୍‌ କ୍ଷରଣ ହୋଇଥାଏ। ଯାହା ମସ୍ତିଷ୍କକୁ ଶାନ୍ତ ରଖିଥାଏ। ଏହାସହ ଖୁସି ଅନୁଭବ ହୋଇଥାଏ।

ରାତିରେ ସର୍ବଦା ହାଲୁକା ଓ ପୁଷ୍ଟିଯୁକ୍ତ ଖାଦ୍ୟ ଖାଇବା ଉଚିତ୍‌। ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖନ୍ତୁ ।
ରାତିରେ ଚାଲିବା ସମୟରେ ଧିରେ ଧିରେ ଚାଲନ୍ତୁ ।

ଆରାମ ପ୍ରଦାନ କରୁଥିବା କିମ୍ବା ସୂତା ପୋଷାକ ପିନ୍ଧନ୍ତୁ। ଏହାଦ୍ୱାରା ଚାଲିବା ସମୟରେ କୌଣସି କଷ୍ଟ ଅନୁଭବ ହେବ ନାହିଁ।

ସର୍ବଦା ସୁରକ୍ଷିତ ସ୍ଥାନରେ ହିଁ ଚାଲନ୍ତୁ।

Comments are closed.