www.samajalive.in
Tuesday, December 9, 2025
15.1 C
Bhubaneswar

ଟ୍ରାକରୁ ଖସିଲା ସାବରମତି ଏକ୍ସପ୍ରେସ୍: ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ: ଟ୍ରାକରୁ ଖସିଲା ଟ୍ରେନ୍। ଉତ୍ତରପ୍ରଦେଶରେ ସାବରମତି ଏକ୍ସପ୍ରେସ୍ ଟ୍ରାକରୁ ଖସିଯାଇଛି। କାନପୁର ଭୀମସେନ୍ ଷ୍ଟେସନ ମଝିରେ ଏହି ଅଘଟଣ ଘଟିଛି। ଏକ୍ସପ୍ରେସର ୨୨ଟି ବଗି ଲାଇନ୍ ଚ୍ୟୁତ ହୋଇଥିବା ଜଣାପଡିଛି। ସ୍ଵଭାଗ୍ୟବଶତଃ ଏଥିରେ କାହାରି କୌଣସି କ୍ଷୟକ୍ଷତି ହୋଇନାହିଁ। ସମସ୍ତ ଯାତ୍ରୀ ଏବଂ ଟ୍ରେନ୍ କର୍ମଚାରୀ ସୁରକ୍ଷିତ ରହିଛନ୍ତି। ଘଟଣାସ୍ଥଳରେ ବରିଷ୍ଠ ରେଲଓ୍ବେ ଅଧିକାରୀ ପହଞ୍ଚି ରେସକ୍ୟୁ ଏବଂ ଯାଞ୍ଚକୁ ତ୍ଵରାନ୍ବିତ କରିଛନ୍ତି। ଟ୍ରେନ୍ ଟି ବାରଣାସୀ ରୁ ଅହମ୍ମଦାବାଦ ଯାଉଥିଲା। ତେବେ ଦୁର୍ଘଟଣା ପରେ ଯାତ୍ରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ , ସେ ନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଯାତ୍ରୀ ମାନଙ୍କୁ ବସ୍ ଯୋଗେ ନିଜର ଗନ୍ତବ୍ୟ ସ୍ଥଳକୁ ପଠାଯାଉଛି। ସେପଟେ ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ରେଳ ଟ୍ରାକରେ ରଖାଯାଇଥିବା କୌଣସି ବସ୍ତୁକୁ ଧକ୍କା ଦେବା ପରେ ଟ୍ରେନ୍ ଟି ଟ୍ରାକରୁ ଖସିଯାଇଛି। ଉତ୍ତର ପ୍ରଦେଶ ପୁଲିସ୍ ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ ଏହାର ତଦନ୍ତ କରୁଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories