www.samajalive.in
Saturday, December 13, 2025
14.1 C
Bhubaneswar

ଏମପିଭି-୨୦ ଗ୍ରାମରେ ଖାପ୍‍ ପଞ୍ଚାୟତ : ଅପମାନିତ ହୋଇ ଆତ୍ମହତ୍ୟା କଲେ ଯୁବକ

କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବେଜାଙ୍ଗିବାଡା ଗ୍ରାମ ପଞ୍ଚାୟତର ଏମପିଭି-୨୦ ଗ୍ରାମରେ ଖାପ୍‍ ପଞ୍ଚାୟତରେ ଜଣେ ଯୁବକକୁ ଦଣ୍ଡ ବିଧାନ କରିବା ଫଳରେ ଲୋକ ଲଜ୍ୟାରେ ଭୟରେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି।
ଘଟଣାରୁ ପ୍ରକାଶ ଯେ ଏମପିଭି-୨୦ ଗ୍ରାମର ଜୀବନ ଚୈଧୁରୀଙ୍କ ପୁଅ ଶିବା ଚୈାଧୁରୀ ପୋତାଖାଲ ଅନ୍ତର୍ଗତ ଏମପିଭି-୧୯ ଗ୍ରାମର ଜଣେ ଝିଅ ସହିତ ପ୍ରେମ ସମ୍ପର୍କ ରହିଥିଲା। ତେବେ ଉକ୍ତ ପ୍ରେମୀ ଯୁଗଳ ଗ୍ରୋମରୁ ଲୁଚି ପଳେଇ ଯାଇ ଭୁବନେଶ୍ୱରରେ ଏକ ସପ୍ତାହ ରହିବା ପରେ ଗ୍ରାମକୁ ଫେରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଘଟଣାରେ ସମ୍ପୃକ୍ତ ପୁଅ ଝିଅ ଙ୍କ ପରିବାର ଓ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଏକ ଗ୍ରାମ ବୈଠକ ବା ଖାପ ପଞ୍ଚାୟତ ବସିଥିଲା। ଏଥିରେ ଝିଅଟି ନାବାଳିକା ଥିବା ଜଣାପଡିବା ପରେ ଏମାନଙ୍କର ଏବେ ବିବାହ ନକରି ୮ ମାସପରେ ଝିଅକୁ ୧୮ ବର୍ଷହେଲେ ବିବାହ କରାଯିବ ବୋଲି ସମସ୍ତେ ନିଷ୍ପତ୍ତିି ନେଇଥିଲେ । ତେବେ ଗ୍ରାମର ଦିନେଶ ବେପାରୀ ଙ୍କ ପୁଅ ଦିବାକର ବେପାରୀ ଏମାନଙ୍କ ପ୍ରେମ ସମ୍ପର୍କକୁ ସହମତି ଜଣାଇ ସାହାଯ୍ୟ ସହଯୋଗ କରୁଥିବା କିଛି ଗ୍ରାମବାସୀ ଜାଣିବାକୁ ପାଇଥିଲେ। ପରେ ଦିନେଶକୁ ବିରୋଧ କରିବା ସହ ତାଗିତ କରି ଗତ ଗୁରୁବାର ରାତିରେ ଗ୍ରାମରେ ଖାପ୍‍ ପଞ୍ଚାୟତ ବସିଥିଲା। ଦିନେଶ ଘରେ ଖାଉଥିବା ବେଳେ ତାଙ୍କୁ ଖାଇବାକୁ ମଧ୍ୟ ନଦେଇ ସେଠାରୁ ଗ୍ରାମବାସୀ ମାନେ ଉଠାଇନେଇଥିଲେ। ରାତି ୯ ଟାରୁ ଗ୍ରାମର ସଭାପତି ଅଜିତ ମଣ୍ଡଳଙ୍କ ନେତୃତ୍ୱରେ ଏହି ଖାପ ପଞ୍ଚାୟତ ବୈଠକ ରାତି ୨ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦିବାକର ଉକ୍ତ ପୁଅ ଓ ନାବାଳିକାକୁ ଝିଅକୁ ସାହାଯ୍ୟ କରିବା ଅଭିଯୋଗରେ ସମସ୍ତ ଗ୍ରାମବାସୀଙ୍କ ସାମ୍ନାରେ ଅପମାନିତ କରି କିଛି ଲୋକ ମାଡମାରିଥିବା ଅଭିଯୋଗ ହୋଇଥିଲା। ଏପରିକି ଦିବାକରକୁ ଏହି ଘଟଣା ପାଇଁ ୧୫ ହଜାର ଟଙ୍କା ଆର୍ଥିକ ଦଣ୍ଡ ଦେବାପାଇଁ ଗ୍ରାମବାସୀ ଦାବି କରିଥିଲେ।

ତେବେ କୌଣସି ଦୋଷ ନଥାଇ ଗ୍ରାମବାସିଙ୍କ ସମ୍ମୁଖରେ ଅପମାନିତ ହୋଇଥିବାରୁ ଲୋକଲଜ୍ୟା ଭୟରେ ରାତିରେ ଗ୍ରାମର ଥିବା କାଳୀ ମନ୍ଦିର ପ୍ରାଙ୍ଗଣରେ ବେକରେ ରଶି କଗାଇ ଆତ୍ମହତ୍ୟା କରିଥିବା ତାଙ୍କ କକାପୁଅ ଭାଇ ରବିନ ବେପାରୀ ଗ୍ରାମବାସୀଙ୍କ ବିରୋଦ୍ଧରେ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନା ଏସଆଇ ଲକ୍ଷ୍ମିନାରାୟଣ ମୁଦୁଲୀଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍‍ ଏମପିଭି-୨୦ ଗ୍ରାମରେ ଦିନ ୧୦ ଟା ସମୟରେ ପହଞ୍ଚିଲା ବେଳକୁ ଗିରଫ ଭୟରେ ଗାଁରେ ପୁରୁଷ ଶୁନ୍ୟ ହୋଇଥିବା ଦେଖିବାକୁ ପାଇଥିଲେ। ପରେ ମୃତ ଦେହ ଜବତ କରି କାଲିମେଳା ମେଡିକାଲରେ ବ୍ୟବଛେଦ କରାଯାଇଥିବା ଜଣାପଡିଛି। କେଶ ନଂ ୧୭/୧୬.୬.୨୦୧୮ ରେ ୩୦୬,୩୨୩,୩୮୫ ,୩୪ ଧାରାରେ ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ରାମ ପ୍ରସାଦ ନାଗ ସୁଚନା ଦେଇଛନ୍ତି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories