www.samajalive.in
Monday, December 15, 2025
27.1 C
Bhubaneswar

ଆଇପିଏଲ୍‍- ୨୦୧୮ : ମୁମ୍ବଇ ଇଣ୍ଡିଆନ୍‍ସ ଓ ଚେନ୍ନଇ ସୁପର କିଙ୍ଗ୍‍ସ ମଧ୍ୟରେ ଉଦ୍‍ଘାଟନୀ ମ୍ୟାଚ୍‍

ମୁମ୍ବଇ : ଚଳିତ ଗ୍ରୀଷ୍ମଋତୁରେ ଆହୁରି ଉଷ୍ମତା ଭରିଦେବ ବିଶ୍ୱର ସବୁଠାରୁ ଧନଶାଳୀ ତଥା ଲୋକପ୍ରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)। ଏହାହେବ ଆଇପିଏଲ୍‍ର ୧୧ଶ ସଂସ୍କରଣ। ୫୦ ଦିନ ଧରି ସାରାବିଶ୍ୱର କ୍ରିକେଟ୍‍ପ୍ରେମୀଙ୍କୁ ମିଳିବ ଫଟାଫଟ୍‍ କ୍ରିକେଟ ଟ୍ୱେଣ୍ଟି୨୦ର ମଜା। ଦେଶ ଓ ବିଦେଶରୁ ପ୍ରାୟ ୩୦୦ କ୍ରିକେଟର ଏହି ଲିଗ୍‍ରେ ଖେଳିବେ। ଶନିବାର ଆଇପିଏଲ୍‍-୧୧ର ଉଦ୍‍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ୱାଙ୍ଖେଡ଼େ ଷ୍ଟାଡିୟମ୍‍ରେ ଶନିବାର ଘରୋଇ ମୁମ୍ବଇ ଇଣ୍ଡିଆନ୍‍ସ ଓ ଚେନ୍ନଇ ସୁପର କିଙ୍ଗ୍‍ସ ମଧ୍ୟରେ ଉଦ୍‍ଘାଟନୀ ମ୍ୟାଚ୍‍ ଖେଳାଯିବ।

ଗତବର୍ଷ ସହ ରୋହିତ ଶର୍ମା ନେତୃତ୍ୱାଧୀନ ମୁମ୍ବଇ ଇଣ୍ଡିଆନ୍‍ସ ସର୍ବାଧିକ ୩ ଥର ଆଇପିଏଲ୍‍ ଚମ୍ପିଆନ୍‍ ହୋଇଥିବା ବେଳେ ମହେନ୍ଦ୍ର ସିଂହଙ୍କ ନେତୃତ୍ୱାଧୀନ ଚେନ୍ନଇ ସୁପର କିଙ୍ଗ୍‍ସ ୨୦୧୦ ଓ ୨୦୧୧ରେ କ୍ରମାଗତ ୨ ଥର ଚମ୍ପିଆନ୍‍ ହୋଇଥିଲା। ତେଣୁ ଏହି ବ୍ଲକ୍‍ବଷ୍ଟର ମୁକାବିଲା ସହ ଆଇପିଏଲ୍‍-୧୧ର ବିଗୁଲ ବାଜିବ। ଏହି ମ୍ୟାଚ୍‍ ଶନିବାର ରାତି ୮ଟାରେ ଆରମ୍ଭ ହେବ। ଏହି ମ୍ୟାଚ୍‍ ପୂର୍ବରୁ ୫.୩୦ରୁ ୨ ଘଣ୍ଟା ପର୍ଯ୍ୟନ୍ତ ଉଦ୍‍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ବଲିଉଡ୍‍ କଳାକାରଙ୍କ ନୃତ୍ୟ ସଂଗୀତ ଦେଖିବାକୁ ମିଳିବ।ମିଳିଥିବା ସୂଚନା ଅନୁସାରେ ପରିଣିତି ଚୋପ୍ରା, ଜ୍ୟାକ୍‍ଲିନ୍‍ ଫର୍ଣ୍ଣାଣ୍ଡେଜ୍‍ଙ୍କ ପରି ତାରକା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବେ। ଏଥର ଆଇପିଏଲ୍‍ର ବିଶେଷତ୍ୱ ହେଲା ଯେ ୨ ବର୍ଷ ବାସନ୍ଦ ହେବା ପରେ ଚେନ୍ନଇ ସୁପର କିଙ୍ଗ୍‍ସ ଓ ରାଜସ୍ଥାନ ରୟାଲ୍‍ସ ଆଇପିଏଲ୍‍କୁ ଫେରିଛନ୍ତି। ଫଳରେ ରାଇଜିଂ ପୁଣେ ସୁପରଜ୍ୟାଣ୍ଟ୍‍ସ ଓ ଗୁଜରାଟ ଲାୟନ୍‍ସ ୨ ବର୍ଷ ଆଇପିଏଲ୍‍ ଖେଳିବା ପରେ ନିଶ୍ଚିହ୍ନ ହୋଇ ଯାଇଛନ୍ତି। ଚଳିତବର୍ଷ ଆଇପିଏଲ୍‍ରେ ୫୦ ଦିନରେ ୬୦ଟି ମ୍ୟାଚ୍‍ ଖେଳାଯିବ। ଏଥିରେ ୫୬ଟି ଲିଗ୍‍ ମ୍ୟାଚ୍‍ ଥିବା ବେଳେ ୨ଟି କ୍ୱାଲିଫାୟର, ଗୋଟିଏ ଏଲିମିନେଟର ଓ ଫାଇନାଲ ମ୍ୟାଚ୍‍ ରହିଛି। ଉଦ୍‍ଘାଟନୀ ମ୍ୟାଚ୍‍ ପରି ମେ’ ୨୭ରେ ମୁମ୍ବଇର ୱାଙ୍ଖେଡ଼େ ଷ୍ଟାଡିୟମ୍‍ରେ ମଧ୍ୟ ଫାଇନାଲ ମ୍ୟାଚ୍‍ ଖେଳାଯିବ। ଗୋଟିଏ କ୍ୱାଲିଫାୟର ମୁମ୍ବଇରେ ଏବଂ ଗୋଟିଏ ଲେଖାଏଁ ଏଲିମିନେଟର ଓ କ୍ୱାଲିଫାୟର ମ୍ୟାଚ୍‍ ପୁଣେରେ ଖେଳାଯିବ। ଆଇପିଏଲ୍‍-୧୧ର ସମସ୍ତ ମ୍ୟାଚ୍‍ ଷ୍ଟାର୍‍ ସ୍ପୋର୍ଟସରେ ସିଧା ପ୍ରସାରଣ କରାଯିବ। ପୁଣି କିଛି ନିର୍ଦିଷ୍ଟ ମ୍ୟାଚ୍‍ ଦୂରଦର୍ଶନରେ ମଧ୍ୟ ସିଧା ପ୍ରସାରଣ କରାଯିବ। ଜାନୁୟାରୀ ୨୭ରେ ଅନୁଷ୍ଠିତ ଖେଳାଳି ନିଲାମରେ ୮ଟିଯାକ ଦଳରେ ବହୁତ ପରିବର୍ତ୍ତନ ହୋଇଯାଇଛି।

ଆଇପିଏଲ -୨୦୧୮ର ଖେଳସୂଚୀ…..

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories