କେନାଲ ଭୁଶୁଡ଼ି ଚାରି ଏକର ଚାଷ ଜମିରେ ମାଡିଲା ପାଣି, ଉପାୟ ଶୂନ୍ୟ ଚାଷୀ
କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣି ପଙ୍ଗା ପଞ୍ଚୟତର ଖିଡିକା ବଣ୍ଡେଲ, ଗ୍ରାମର ବିଡିକା ନନ୍ଦ, ସର୍ବେଶ କୌଶଲ୍ୟାଙ୍କ ଧାନ ବିଲ ଉପରେ କେନାଲ୍ ଭୁଶୁଡ଼ି ଚାରି ଏକର ଚାଷ ଜମିରେ ପାଣି ମାଡି ଧାନ ରୁଆ ନଷ୍ଟ ହୋଇଯାଇଛି । ଯାହା ଫଳରେ ବଞ୍ଚିବା ପାଇଁ ଉପାୟ ଶୁନ୍ୟ ଚିନ୍ତାରେ ପଡିଯାଇଛନ୍ତି ପରିବାର ଲୋକେ।
ଉକ୍ତ କେନାଲ ମରାମତି କରିବା ପାଇଁ ଗତ ମେ ମାସରେ କେନାଲର ଦୁଇ ପାର୍ଶ୍ୱର ମାଟି କଢାଯାଇଥିଲା । ଆଗରୁ ସେହି ସ୍ଥାନରେ ଛୋଟ କଣା ହୋଇ ପାଣି ଗଳୁଥିଲା । କ୍ଷୁଦ୍ର ଜଳଚେଚନ ବିଭାଗର ହାତୀମୁଣ୍ଡା ଡ୍ୟାମର ମୁଖ୍ୟ କେନାଲ ବିଭାଗର ଅଣଦେଖା ହେତୁ ଏହିପରି ନିମ୍ନ ମାନର କାମ ହୋଇଥିବା ଜଣାପଡିଛି। ଗରିବ ଚାଷୀ ଧାନ ପାଇଁ ପ୍ରାୟ ୩୦ ହଜାର ଟଙ୍କା ସାହୁକାରଙ୍କୁ ମାଗି ଧାନ ରୋଇଥିଲେ କରିଥିଲେ। କିନ୍ତୁ ଧାନ ରୁଆ ସରୁ ସରୁ କେନାଲ ଭୁଶୁଡି ୪ ଏକର ଚାଷ ଜମି ପାଣି ମାଡ଼ି ଧୋଇଗଲା । ଖବର ପାଇ ରାଜସ୍ବ ନିରୀକ୍ଷକ ଗୌରୀ ଶଙ୍କର କଣ୍ଡାଗିରି ଚାଷ ଜମିର ପ୍ଲଟ ଚିହ୍ନଟ କରିଥିବାବେଳେ କୃଷି ଅଧିକାରୀ ତଦନ୍ତ କରିବ ବୋଲି କହିଥିଲେ।
ମନେପଡେ ବିଭାଜନର ଭୟାବହତା, ସେମାନଙ୍କ ସହ ଛିଡା ହୋଇଛି ସାରା ଦେଶ – ରାଷ୍ଟ୍ରପତି
Comments are closed.