www.samajalive.in
Saturday, December 6, 2025
26.1 C
Bhubaneswar

ବିଭିନ୍ନ ସମସ୍ୟାର ମୁକ୍ତି ପାଇଁ କେଉଁ ଦେବତାଙ୍କୁ କରିବେ ପୂଜା

ପ୍ରତିଟି ବ୍ୟକ୍ତିଙ୍କ ଇଷ୍ଟଦେବ ବା ଦେବୀ ରହିଥାଆନ୍ତି । ତାଙ୍କ ଉପାସନା କରିବା ଦ୍ବାରା ବ୍ୟକ୍ତିଙ୍କ ଜୀବନରେ ଉନ୍ନତି ପ୍ରାପ୍ତି ହୋଇଥାଏ । ଇଷ୍ଟଦେବ ବା ଦେବୀଙ୍କ ନିର୍ଦ୍ଧାରଣ ଜାତକ ଆଧାରରେ କରାଯାଏ । କିନ୍ତୁ ବାସ୍ତବରେ ଗ୍ରହ ଓ  ଜ୍ୟୋତିଷର ସମ୍ବନ୍ଧ ଇଷ୍ଟଦେବ ବା ଦେବୀଙ୍କ ସହ ନଥାଏ । ଯଦି ବିନା କାରଣରେ ଆପଣ ଇଶ୍ବରଙ୍କ କୌଣସି ସ୍ବରୂପ ପ୍ରତି ଆକର୍ଷିତ ହେଉଛନ୍ତି, ତେବେ ସେହି ସ୍ବରୂପ ହେଉଛି ଆପଣଙ୍କ ଇଷ୍ଟଦେବ ବା ଦେବୀ । ଗ୍ରହ କେବେ ବି ଇଶ୍ବରଙ୍କ ନିର୍ଦ୍ଧରଣ କରେ ନାହିଁ । କିନ୍ତୁ ଗ୍ରହ ସମସ୍ୟା ଦୂର କରିବା ପାଇଁ ବିଶେଷ ଦେବତାଙ୍କ ଉପାସନା କରାଯାଏ ।

କେଉଁ ଗ୍ରହ ସମସ୍ୟା ପାଇଁ କେଉଁ ଦେବତାଙ୍କ ଉପାସନା କରିବେ ?

- Advertisement -

ଗ୍ରହରେ ସୂର୍ଯ୍ୟ ନୀଚ ସ୍ଥାନରେ ଥିଲେ, ସୂର୍ଯ୍ୟ ଦେବତାଙ୍କୁ ଉପାସନା କରନ୍ତୁ ଅଥବା ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।
ଚନ୍ଦ୍ର ସମସ୍ୟା ପାଇଁ ଭଗବାନ ଶିବଙ୍କ ଉପାସନା କରିବା ଉତ୍ତମ ।
ମଙ୍ଗଳ ସମସ୍ୟା ପାଇଁ କୁମାର କର୍ତ୍ତିକେୟ ବା ହନୁମାନଙ୍କ ଉପାସନା କରନ୍ତୁ ।
ବୁଧ ସମସ୍ୟା ଥିଲେ ମା’ଦୁର୍ଗାଙ୍କ ଉପାସନା କରନ୍ତୁ ।
ବୃହସ୍ପତି ସମସ୍ୟା ଥିଲେ ଶ୍ରୀହରିଙ୍କୁ ଉପାସନା କରନ୍ତୁ ।
ଶୁକ୍ର ଗ୍ରହ ଶାନ୍ତ ପାଇଁ ମା ଲକ୍ଷ୍ମୀ ବା ମା’ ଗୌରୀଙ୍କ ଉପାସନା କରନ୍ତୁ ।
ଶନି ଗ୍ରହ ପାଇଁ ଶନିଦେବ ବା ଭଗବାନ ଶିବଙ୍କ ଉପାସନା କରନ୍ତୁ ।
ରାହୁ ପାଇଁ ଭୈରବ ଉପାସନ କରନ୍ତୁ ।
କେତୁ ପାଇଁ ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ।

ବିଶେଷ ସମସ୍ୟା ପାଇଁ କେଉଁ ଦେବାଦେବୀଙ୍କ କରିବେ ଉପାସନା

ମାନସିକ ସମସ୍ୟା ପାଇଁ ଭଗବାନ ଶିବଙ୍କ ଉପାସନା କରନ୍ତୁ ।
ଶରୀରିକ ଯନ୍ତ୍ରଣା ପାଇଁ ହନୁମାନଙ୍କ ପୂଜା କରନ୍ତୁ ।
ଶୀଘ୍ର ବିବାହ ପାଇଁ ପୁଅମାନେ ମା’ ଦୁର୍ଗାଙ୍କୁ ଏବଂ ଝିଅମାନେ ଭଗବାନ ଶିବଙ୍କୁ ଉପାସନା କରନ୍ତୁ ।
ବନ୍ଧ୍ୟା ଦୋଷ ଦୂର ପାଇଁ ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ ।
ଧନ ପ୍ରାପ୍ତି ପାଇଁ ମା’ ଲକ୍ଷ୍ମୀ ଉପାସନା କରନ୍ତୁ ।
ଆଧ୍ୟାତ୍ମିକ ଉପଲବ୍ଧି ପାଇଁ ଭଗବାନ କୃଷ୍ଣ ବା ଭଗବାନ ଶିବଙ୍କ ଉପାସନା କରନ୍ତୁ ।

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories