www.samajalive.in
Friday, December 5, 2025
20.1 C
Bhubaneswar

ବିଜୁ ଜନତା ଦଳର ଜୋନସ୍ତରୀୟ କର୍ମୀ ସମ୍ମିଳନୀ

ହରଭଙ୍ଗା :ନିର୍ବାଚନ ପରେ ଆଜି ପ୍ରଥମ ଥର ପାଇଁ ବିଜୁ ଜନତା ଦଳ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ସଂଗଠନ ସଜାଡ଼ିବା ପ୍ରକ୍ରିୟା ଆରମ୍ଭ କରିଛି ।  ରବିବାର ହରଭଙ୍ଗା ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀଠାରେ ୯ନଂ ଜୋନ ସ୍ତରୀୟ ବିଜେଡିର ଏକ କର୍ମୀ ସମ୍ମିଳନୀ ଓ ପରାଜୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରାକ୍ତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ନେତୃବୃନ୍ଦ ନିଜ ନିଜ ଅଭିମତ ପ୍ରକାଶ ପରେ ପ୍ରଦୀପ କୁମାର ଅମାତ ସମ୍ପ୍ରତି ଶାସନ ବ୍ୟବସ୍ଥା ପରିବର୍ତନ ପରେ ହରଭଙ୍ଗା ବ୍ଲକରେ ପିସି ଯୁଗ ଆରମ୍ଭ ହୋଇଯାଇଛି।  ଏହା ବିରୁଦ୍ଧରେ ଦରଦାମ ବୃଦ୍ଧି , ୩ ଶହ ୟୁନିଟ ବିଜୁଳି,  ୩ ହଜାର ଟଙ୍କା ଭତ୍ତା,  ସମସ୍ତ ମହିଳାଙ୍କୁ ପଚାଶ ହଜାର ଟଙ୍କାର ପ୍ରତିଶ୍ରୁତି ଏବଂ ଯେଉଁ ପ୍ରତିଶ୍ରୁତି ନେଇ ବିଜେପି କ୍ଷମତାକୁ ଆସିଥିଲା,  କ୍ଷମତାକୁ ଆସିବାର ୬୦ ଦିନପରେ ସବୁଥିରେ ବିଫଳ ହୋଇଛି । କେନ୍ଦ୍ରୀୟ ବଜେଟରେ ଓଡିଶା ପ୍ରତି ବିଜେପି ବୈମାତ୍ରୁକ ମନୋଭାବ ପ୍ରଦର୍ଶନ କରିଛି । ଏହା ବିରୁଦ୍ଧରେ ଏବଂ ଜିଲ୍ଲା ବାସୀଙ୍କ ତଥା ଓଡିଶାବାସୀଙ୍କର ସ୍ୱାର୍ଥ ରକ୍ଷା ପାଇଁ ଆବଶ୍ୟକ ପଡିଲେ,  ରକ୍ତକ୍ଷୟୀ ସଂଗ୍ରାମ କରିବାକୁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁ, ପ୍ରଦୀପ କୁମାର ସାହୁ ସୁବୋଧ ପ୍ରଧାନ ଜ୍ୟୋତିରଞ୍ଜନ ସାହୁ, ଜ୍ୟୋତିର୍ମୟ ଦାସ, ସଞ୍ଜୟ ଦେହୁରୀ, ପୁରୁଣା କଟକ ସରପଞ୍ଚ ଅଶୋକ ସେଠି ପ୍ରମୁଖଙ୍କ ନେତୃତ୍ୱ ରେ ପାଞ୍ଚ ଶହ ରୁ ଅଧିକ କର୍ମୀ ଯୋଗଦେଇ ବିଜୁ ଜନତାଦଳକୁ ତୃଣମୂଳ ସ୍ତରରୁ ସଙ୍ଗଠିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories