www.samajalive.in
Friday, December 5, 2025
26.1 C
Bhubaneswar

ଏଲନ ମସ୍କଙ୍କୁ ବ୍ଲକ କରୁଛନ୍ତି ଏକ୍ସ’ ବ୍ୟବହାରକାରୀ, ଜାଣନ୍ତୁ କ’ଣ ରହିଛି କାରଣ…

ସମାଜ ଡିଜିଟାଲ ଡେସ୍କ: ସାମାଜିକ ଗଣମାଧ୍ୟମ ଏକ୍ସ’ର ମାଲିକ ଏଲନ ମସ୍କଙ୍କୁ ବ୍ଲକ (ଅବରୋଧ) କରୁଛନ୍ତି ଏହାର ବ୍ୟବହାରକାରୀ। ଦିନକୁ ଦିନ ବ୍ଲକ କରୁଥିବା ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର କାରଣ ହେଉଛି ଏଲନ ମସ୍କଙ୍କ କିଛି ବିବାଦୀୟ ପୋଷ୍ଟ। ୨୦୨୪ରେ ମସ୍କ ପ୍ରାୟ ୫୦ଟି ପୋଷ୍ଟ କରିଛନ୍ତି। ଏହି ପୋଷ୍ଟଗୁଡ଼ିକ ମଧ୍ୟରୁ ଅନେକ ପୋଷ୍ଟ ସମାଜକୁ କ୍ଷତିକାରକ ଏବଂ ଭ୍ରମାତ୍ମକ ବାର୍ତ୍ତା ପ୍ରଦାନ କରୁଛି ବୋଲି ଅଭିଯୋଗ କରିଛନ୍ତି ନିରପେକ୍ଷ ତଥ୍ୟ ଯାଞ୍ଚକାରୀ ଦଳ।

ଦ ସେଣ୍ଟର ଫର୍‌ କାଉଣ୍ଟରିଂ ଡିଜିଟାଲ ହେଟ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଚଳିତବର୍ଷ ମସ୍କ ପ୍ରାୟ ୫୦ ପୋଷ୍ଟ କରିଛନ୍ତି। ଏସବୁକୁ ୧୨୦ କୋଟି ଥର ଭ୍ୟୁ(ଦେଖାଯାଇଛି) କରାଯାଇଛି। ଏହା ମଧ୍ୟରେ ଗୋଟିଏ ଡିପ୍‌ ଫେକ୍‌ ଭିଡିଓ ବି ରହିଛି। ଯାହା ଆମେରିକାର ଉପରାଷ୍ଟ୍ରପତି କମଳା ହାରିସଙ୍କ ଉପରେ ରହିଛି।

- Advertisement -

ନିକଟରେ ମସ୍କ ବ୍ରିଟେନ ସରକାରଙ୍କୁ ସମାଲୋଚନା କରିଥିଲେ। ବ୍ରିଟେନରେ ସାମ୍ପ୍ରଦାୟିକ ହିଂସା ବଢ଼ିବା କାରଣରୁ ସରକାର ସାମାଜିକ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଆରମ୍ଭ କରିବା ପରେ ମସ୍କ ସମାଲୋଚନା କରିଥିଲେ। ବ୍ରିଟିଶ ପ୍ରଧାନମନ୍ତ୍ରୀ ସାର କେଇର ଷ୍ଟାର୍ମର ସାମାଜିକ ଗଣମାଧ୍ୟମଗୁଡ଼ିକୁ ଅନଲାଇନରେ ହିଂସା ଉଦ୍ରେକକାରୀ ପୋଷ୍ଟଗୁଡ଼ିକ ନିୟନ୍ତ୍ରଣ କରିବାକୁ ଆଇନ ଲାଗୁ କରିବାକୁ ଚେତାବନୀ ଦେଇଥିଲେ। ସାମାଜିକ ଗଣମାଧ୍ୟମ ଏକ୍ସ ଉଦ୍ଦେଶ୍ୟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଏହା କହିଥିଲେ। ଏହା ପରେ ମସ୍କ ପ୍ରଧାନମନ୍ତ୍ରୀଙ୍କ ଚେତାବନୀଙ୍କୁ ବେଖାତିର କରିବା ସହିତ ଗତ ଅଗଷ୍ଟ ୩ରେ ଏକ ପୋଷ୍ଟ କରି ବ୍ରିଟିଶର ଅପ୍ରବାସନ ନୀତିକୁ ସମାଲୋଚନା କରିବା ସହିତ ଗୃହଯୁଦ୍ଧ ଅବଶ୍ୟମ୍ଭାବୀ ବୋଲି ଲେଖିଥିଲେ। ତା’ ସହିତ ବ୍ରିଟେନରେ ବାକ୍‌ ସ୍ଵାଧୀନତାକୁ ସମର୍ଥନ କରିବାକୁ ଆହ୍ବାନ କରିଥିଲେ।

ଏହା ପରେ ଅଗଷ୍ଟ ୪ ତାରିଖରେ ଏକ୍ସ’ରେ ହାସଟ୍ୟାଗ୍‌ ବ୍ଲକ ଏଲନ ମସ୍କ (#BlockElonMusk) କ୍ୟାମ୍ପେନ ଆରମ୍ଭ ହୋଇଥିଲା। ଏହା ଟ୍ରେଣ୍ଡ କରିବା ସହିତ ହଜାର ହଜାର ବ୍ୟବହାରକାରୀ ମସ୍କଙ୍କୁ ତାଙ୍କ ନିଜ ପ୍ଲାଟଫର୍ମରେ ବ୍ଲକ କରିବା ଆରମ୍ଭ କରି ସ୍କ୍ରିନଶଟ୍‌ ଶେୟାର କରିଥିଲେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories