www.samajalive.in
Friday, December 12, 2025
14.1 C
Bhubaneswar

ବିଜୁ ଜନତା ଦଳର ଜୋନସ୍ତରୀୟ କର୍ମୀ ସମ୍ମିଳନୀ

ହରଭଙ୍ଗା :ନିର୍ବାଚନ ପରେ ଆଜି ପ୍ରଥମ ଥର ପାଇଁ ବିଜୁ ଜନତା ଦଳ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ସଂଗଠନ ସଜାଡ଼ିବା ପ୍ରକ୍ରିୟା ଆରମ୍ଭ କରିଛି ।  ରବିବାର ହରଭଙ୍ଗା ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀଠାରେ ୯ନଂ ଜୋନ ସ୍ତରୀୟ ବିଜେଡିର ଏକ କର୍ମୀ ସମ୍ମିଳନୀ ଓ ପରାଜୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରାକ୍ତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ନେତୃବୃନ୍ଦ ନିଜ ନିଜ ଅଭିମତ ପ୍ରକାଶ ପରେ ପ୍ରଦୀପ କୁମାର ଅମାତ ସମ୍ପ୍ରତି ଶାସନ ବ୍ୟବସ୍ଥା ପରିବର୍ତନ ପରେ ହରଭଙ୍ଗା ବ୍ଲକରେ ପିସି ଯୁଗ ଆରମ୍ଭ ହୋଇଯାଇଛି।  ଏହା ବିରୁଦ୍ଧରେ ଦରଦାମ ବୃଦ୍ଧି , ୩ ଶହ ୟୁନିଟ ବିଜୁଳି,  ୩ ହଜାର ଟଙ୍କା ଭତ୍ତା,  ସମସ୍ତ ମହିଳାଙ୍କୁ ପଚାଶ ହଜାର ଟଙ୍କାର ପ୍ରତିଶ୍ରୁତି ଏବଂ ଯେଉଁ ପ୍ରତିଶ୍ରୁତି ନେଇ ବିଜେପି କ୍ଷମତାକୁ ଆସିଥିଲା,  କ୍ଷମତାକୁ ଆସିବାର ୬୦ ଦିନପରେ ସବୁଥିରେ ବିଫଳ ହୋଇଛି । କେନ୍ଦ୍ରୀୟ ବଜେଟରେ ଓଡିଶା ପ୍ରତି ବିଜେପି ବୈମାତ୍ରୁକ ମନୋଭାବ ପ୍ରଦର୍ଶନ କରିଛି । ଏହା ବିରୁଦ୍ଧରେ ଏବଂ ଜିଲ୍ଲା ବାସୀଙ୍କ ତଥା ଓଡିଶାବାସୀଙ୍କର ସ୍ୱାର୍ଥ ରକ୍ଷା ପାଇଁ ଆବଶ୍ୟକ ପଡିଲେ,  ରକ୍ତକ୍ଷୟୀ ସଂଗ୍ରାମ କରିବାକୁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁ, ପ୍ରଦୀପ କୁମାର ସାହୁ ସୁବୋଧ ପ୍ରଧାନ ଜ୍ୟୋତିରଞ୍ଜନ ସାହୁ, ଜ୍ୟୋତିର୍ମୟ ଦାସ, ସଞ୍ଜୟ ଦେହୁରୀ, ପୁରୁଣା କଟକ ସରପଞ୍ଚ ଅଶୋକ ସେଠି ପ୍ରମୁଖଙ୍କ ନେତୃତ୍ୱ ରେ ପାଞ୍ଚ ଶହ ରୁ ଅଧିକ କର୍ମୀ ଯୋଗଦେଇ ବିଜୁ ଜନତାଦଳକୁ ତୃଣମୂଳ ସ୍ତରରୁ ସଙ୍ଗଠିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories