www.samajalive.in
Monday, December 15, 2025
27.1 C
Bhubaneswar

ବଜ୍ରପାତ ନେଲା ଦୁଇ ଚାଷୀଙ୍କ ଜୀବନ, ଜଣେ ଗୁରୁତର

ସୋର : ବଜ୍ରପାତରେ ଦୁଇ କୃଷି ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବାଲେଶ୍ବର ଜିଲା ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ରାଇପୀତାମ୍ବର ଗାଁର ବସନ୍ତ ଦାସ, ନରେନ୍ଦ୍ର ବିଶ୍ୱାଳ ଓ ସୁରେନ୍ଦ୍ର ସାହୁ ନିକଟସ୍ଥ ବିଲରେ କାମ କରୁଥିବା ସମୟରେ ବଜ୍ରପାତ ଘଟିବାରୁ ତିନି ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବସନ୍ତ ଓ ନରେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ଆହତ ସୁରେନ୍ଦ୍ର ଚିକିତ୍ସଧୀନ ଅଛନ୍ତି। ସେହିପରି ବଜ୍ରପାତରେ ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତର ଦିଗି ଗାଁରେ ଭରତ ଜେନାଙ୍କ ଗୁହାଳ ଘର ପୋଡ଼ି ୪ଟି ଛେଳି ଅର୍ଦ୍ଧଦଗ୍ଧ ହୋଇଥିବାବେଳେ ଗୋଟିଏ ଛେଳିର ମୃତ୍ୟୁ ଘଟିଛି। ବ୍ରଜପାତର କିଛି କ୍ଷଣ ଭିତରେ ଶ୍ରୀ ଜେନାଙ୍କ ଗୁହାଳ ଘର ନିଆଁ ଲାଗିଯାଇଥିଲା। ଗୁହାଳରେ ଥିବା ଛେଳିଙ୍କୁ ଉଦ୍ଧାର କଲା ବେଳକୁ ଗୋଟିଏ ଛେଳି ମରିଯାଇଥିଲା। ମୃତାହତ ପରିବାର ଏବଂ ଛାଗପାଳକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories